pakka

କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ଭଜନ ସମାରୋହ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ପ୍ରସିଦ୍ଧ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ଭଜନ ସମାରୋହ ସାଉରିଆ ଲକ୍ଷ୍ମୀପୂଜା କମିଟି ପକ୍ଷରୁ ଅନୁଷ୍ଟିତ ହୋଇଯାଇଛି । କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ଭୋର ୪ଟାରେ ମହବୀର ଭଜନ ସନ୍ଧ୍ୟାର କଳାକାର ମାନେ ଭଜନ ପରିବେଷଣ କରିଥିଲେ । ଗୁରୁ ତ୍ରିନାଥ ପରିଡା, ଲଡୁ କିଶୋର ବସ୍ତିଆ, ବର୍ଷାରାଣୀ ବଳ, ସଙ୍ଗୀତା ଦାସ, କ୍ଷେତମୋହନ ପାଣି ପ୍ରମୁଖ ନିଜ ନିଜ ଶୈଳିରେ ସୁନ୍ଦର ଭଜନ ଗାଇଥିଲେ । ପ୍ରଭୁଙ୍କ କୃପା ଲାଭ ପାଇଁ ଭୋର ସମୟରେ ସୋମନାଥ ଦେବଙ୍କ ପୀଠରେ ଶତାଧିକ ଭକ୍ତ, ଶ୍ରଦ୍ଧାଳୁ, ହବିଷିଆଳିଙ୍କ ଭିଡ ଲାଗିରହିଥିଲା ।

Leave A Reply

Your email address will not be published.

1 × two =