pakka

ବେନକେରା ଗାଁରେ ନୂଆଖାଇ ଭେଟଘାଟ ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନକେରା ଗାଁ ଠାରେ ମାଁ ସମଲେଶ୍ୱରୀ କ୍ଲବ ପକ୍ଷରୁ ପଞ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ଉପଲକ୍ଷେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ନୃତ୍ୟ ଶିଳ୍ପୀ ଏବଂ ଆଖ ପାଖ ଗାଁର ନୃତ୍ୟ ଶିଳ୍ପୀ ମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିବା ବେଳେ ଝିପି ଝିପି ବର୍ଷାରେ ଗ୍ରାମର ଦର୍ଶକ ମାନେ କାର୍ଯ୍ୟକ୍ରମକୁ ବେଶ ମଜା ନେଉଥିଲେ । ପ୍ରତିଯୋଗିତାରେ ବୁଡ଼ିବାହାଲ ଡାନ୍ସ ଗ୍ରୁପ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବେନକେରାର ଚନ୍ଦ୍ରମା କଠାର ଦ୍ୱିତୀୟ ସ୍ଥାନ ଏବଂ ଡାଲଖାଇ ସଂସ୍କୃତି କଳାପରିଷଦ ତୃତୀୟ ସ୍ଥାନ ଅଧିକାର କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସମିତି ସଭ୍ୟ ସୁନନ୍ଦ ପୁଟେଲ, ସମ୍ମାନିତ ଅତିଥି କୋଶଲ ଯୁବ ସମନ୍ୱୟ ସମିତି ସଦସ୍ୟ ଧର୍ମରାଜ ବରିହା ଏବଂ ଟିକେଶ୍ୱର ବରିହା ଯୋଗ ଦେଇଥିଲେ । ନୃତ୍ୟ ପ୍ରତିଯୋଗିତାର ବିଚାରକ ଭାବରେ ଡ଼ି.ଏସ.କେ.ଟ୍ରଷ୍ଟର ସୁଧାଂଶୁ ପୁଟେଲ, ଭୋଜରାଜ ବରିହା ଏବଂ କେଶର ଡୁଡୁକା ଥିବା ବେଳେ କାର୍ଯ୍ୟକ୍ରମକୁ ବିଶେଷ ସହଯୋଗ କରିଥିଲେ ଆନନ୍ଦ କୁମାର ପୁଟେଲ ଏବଂ ହେମସାଗର ମେହେର । ଶେଷରେ ପ୍ରତିଯୋଗୀ ମାନଙ୍କୁ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରି ପୁରସ୍କୃତ କରାଯାଇଥିଲା ।

jay balangir
Leave A Reply

Your email address will not be published.

seventeen + 2 =

error: Content is protected !!