ପତିତପାବନ ଏକାଡେମୀର ୬୧ତମ ବାର୍ଷିକ କ୍ରୀଡା ଉତ୍ସବ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ପତିତପାବନ ଏକାଡେମୀର ୬୧ତମ ବାର୍ଷିକ କ୍ରୀଡା ଉତ୍ସବ ଟାଉନ ବାଳକ ବିଦ୍ୟାଳୟର ଖେଳ ପଡିଆ ଠାରେ ତା. ୨୮/୧୧/୨୦୨୪ ରିଖ, ଗୁରୁବାର ଦିନ ଠାରୁ ୨୯/୧୧/୨୦୨୪ ଶୁକ୍ରବାର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଡି.ପି.ଓ ପ୍ରଦୀପ କୁମାର ପାତ୍ର ଏବଂ ହେମନ୍ତ କୁମାର ସାହୁ ଯୋଗଦାନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପତିତପାବନ ଏକାଡେମୀର ପୁରାତନ ଆଲୁମିନି ଛାତ୍ର ଶଶୀଭୂଷଣ ପୁରୋହିତ, ଗୌରୀ ଶଙ୍କର ଅଗ୍ରୱାଲ, ପୁରାତନ ଖେଳ ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ଵାଳ, ଟାଉନ ବାଳକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଯ୍ୟବାଲା ମିଶ୍ର ଯୋଗଦାନ କରି ପିଲା ମାନଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଓ ଉତ୍ସାହିତ କଲେ । ପ୍ରଧାନଶିକ୍ଷକ ସିନୁ ସୁନ୍ଦର ପାଢ଼ୀ ଏହି କ୍ରୀଡା ଉତ୍ସବ ନିମିତ୍ତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଅଂଶୁପା ଭୋଇ ସଂଯୋଜନା କରିଥିଲେ । କ୍ରୀଡା ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ରାଣୀ ମିଶ୍ର କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିବା ସହିତ କ୍ରୀଡା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଟାଉନ ବାଳିକା ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ, ଟାଉନ ବାଳକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିକାଶ ଦାସ ପି. ଆର୍ ଉଚ୍ଚ ବିଦ୍ୟାଳୟର ସୌରଭ ପଧାନ ଏବଂ ପତିତପାବନ ଏକାଡେମୀର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରି ସଫଳତାର ସହିତ ସମାପନ କରିଥିଲେ । ବାଳକ ଜୁନିଅର ବିଭାଗରେ ତରୁଣ କୁମାର ଦାସ ଏବଂ ବାଳକ ସିନିଅର ବିଭାଗରେ ଶୁଭମ ବଗର୍ତ୍ତୀ ଚାମ୍ପିଅନ ହୋଇଛନ୍ତି । ପରିଶେଷରେ ବିଦ୍ୟାଳୟର ସହ ଶିକ୍ଷୟିତ୍ରୀ ସୁନୀତା ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.