ଛତିଶଗଡ଼ରେ ପ୍ରବଳ ବର୍ଷା

ଭୁବନେଶ୍ୱର : ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି । ଫଳରେ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି । ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୫.୫୨ ଫୁଟ ଥିବା ବେଳେ ବର୍ତ୍ତମାନ ୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାର ଭିତରକୁ ୪ ଲକ୍ଷ ୭୭ ହଜାର ୨୯୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୬୮ ହଜାର ୯୧୫ କ୍ୟୁସେକ ପାଣି ନିଷ୍କାସିତ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ମହାନଦୀକୁ ପାଣି ମାଡିଆସୁଛି ।

Leave A Reply

Your email address will not be published.