pakka

ଲଗାଣ ବର୍ଷାରେ ଭାଙ୍ଗିଲା ଘର

bbehera

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ଗାଁରେ ଲଗାଣ ବର୍ଷା ଯୋଗୁଁ ଦୁଇ ପରିବାରର ମାଟିଘର ଭାଙ୍ଗିଯାଇଛି । ଫଳରେ ଏବେ ଅସହାୟ ଅବସ୍ଥାରେ ସରକାରୀ ସହାୟତା ଲୋଡୁଛନ୍ତି ବିପନ୍ନ ପରିବାର । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ଗାଁର ଶଙ୍କର ନାଏକ ଓ ଶଙ୍କରା ରାଉତ । ଶଙ୍କର ନାଏକଙ୍କ ଘରେ ସ୍ତ୍ରୀ ସହ ଦୁଇ ପୁଅ ରହୁଥିବା ବେଳେ ଶଙ୍କରା ରାଉତ ନିଜ ବୃଦ୍ଧା ପିଉସୀଙ୍କ ସହ ରହୁଛନ୍ତି । ସୂଚନା ଅନୁସାରେ ଗରିବ ଶ୍ରେଣୀର ହୋଇଥିବା ବେଳେ ପୂର୍ବରୁ ଅନେକ ଥର ପଞ୍ଚାୟତ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ ଅଧିକାରୀଙ୍କୁ ଆବାସ ପାଇଁ ଆବେଦନ କରିଛନ୍ତି, ହେଲେ ଫଳ କିଛି ମିଳିନାହିଁ । ମାଟି ଘରେ ଅତି ଦୟନୀୟ ଅବସ୍ଥାରେରେ ପରିବାର ସହ ରହୁଥିଲେ । ହେଲେ ତାହା ବି ଦଇବ ସହିଲା ନାହିଁ । ଗତକାଲି ହୋଇଥିବା ବର୍ଷାରେ ଦୁଇ ପରିବାରର ମାଟି କାନ୍ଥ ଭାଙ୍ଗି ପଡ଼ିଛି । ଶନିବାର ଏ ନେଇ ପରିବାର ପକ୍ଷରୁ ଲଡୁଗାଁ ରାଜସ୍ବ ନିରୀକ୍ଷିକ ମମତା ସାଏଙ୍କୁ ଖବର ଦେବା ପରେ ସେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ରିପୋର୍ଟ ତହସିଲ କାର୍ୟ୍ୟାଳୟରେ ଦେଇଥିବା ଜଣାପଡ଼ିଛି । ଅନ୍ୟପଟେ ତହସିଲ କାର୍ୟ୍ୟାଳୟ ପକ୍ଷରୁ ୨ ପରିବାରକୁ ପଲିଥିନ୍‌ ଯୋଗାଇ ଦିଆଯାଇଥିବା ନେଇ ରାଜସ୍ବ ନିରୀକ୍ଷକ ମମତା ସାଏ ସୂଚନା ଦେଇଛନ୍ତି । ତେବେ ଆବାସ ଘର ଯୋଜନାରେ ଦୁଇ ପରିବାରକୁ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

20 − 1 =

error: Content is protected !!