ସାଲେପାଲିର ବରିଷ୍ଠ କଳାକାର ଗୁରୁବାରୁ ଷାଣ୍ଢଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ବରିଷ୍ଠ ନାଟ୍ୟ କଳାକାର ତଥା ସ୍ୱେଛାସେବୀ ଗୁରୁବାରୁ ଷାଣ୍ଢ(୭୪)ଙ୍କ ଗତ ସୋମବାର ଦିନ ୧ଟା ସମୟରେ ପରଲୋକ ଘଟିଯାଇଛି । ସେ ଜଣେ କଳାକାର ଥିବା ସହ ସେବା କାର୍ଯ୍ୟ ପ୍ରତି ତାଙ୍କର ଅନେକ ଅବଦାନ ଥିଲା । ତାଙ୍କ ଶେଷ ସମୟରେ ତାଙ୍କ ସ୍ତ୍ରୀଙ୍କ ସହ ତାଙ୍କ ୨ପୁଅ ନନ୍ଦିଘୋଷ, ଶ୍ୟାମ ସୁନ୍ଦର ଓ ତାଙ୍କ ଏକ ମାତ୍ର ଝିଅ ସହ ପରିବାରବର୍ଗ ତାଙ୍କ ନିକଟରେ ଥିଲା । ତାଙ୍କର ଶବକୁ ସାଲେପାଲି ନିକଟ ସୋନଗଡ ନଦୀରେ ଦାହ କରାଯାଇଥିଲା । ପୁଅ ନନ୍ଦିଘୋଷ ମୁଖାଗ୍ନି ଦେଇଥିଲେ । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । 

Leave A Reply

Your email address will not be published.