ବରଗଡ଼ରୁ ଆଜି ୮୧ ଜଣ ଚିହ୍ନଟ

ବରଗଡ଼, (କେପିଏନ୍ଏସ୍) : ଆଜି ବରଗଡ଼ ଜିଲ୍ଲାରୁ ୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ବରଗଡ଼ ପୌରାଂଚଳର ୩୨ ଜଣ, ସୋହେଲା ବ୍ଲକର ୪ ଜଣ, ଭେଡେ଼ନ ବ୍ଲକର ୩ ଜଣ, ଭଟଲି ବ୍ଲକର ୧୧ ଜଣ, ଗାଏସିଲେଟ ବ୍ଲକର ୧୫ ଜଣ, ଆମ୍ବାଭୋନା ବ୍ଲକର ୪ ଜଣ, ପଦ୍ମପୁର ଏନ୍ଏସି.ର ୩ ଜଣ, ବରପାଲି ଏନ୍ଏସି.ର ୮ ଜଣ ପୋଜିଟିଭ୍ ଥିବା ବେଳେ ବରଗଡ଼ ବ୍ଲକ୍ର ଜଣେ ଚିହ୍ନଟ ହୋଇଛନ୍ତି । ବରଗଡ଼ ପୌରାଂଚଳର ବିଶିପଡ଼ା ୱାଡର଼୍ ନଂ. ୭ର ୧୧ ଜଣ, ୱାଡର଼୍ ନଂ. ୧ ନିଗମାନନ୍ଦ ବିହାରରୁ ୬ ଜଣ, ୱାଡର଼୍ ନଂ. ୧୬ ବଦ୍ରିପ୍ରସାଦ ଆପାଟମେଂଟ୍ରୁ ୨ ଜଣ, ୱାଡର଼୍ ନଂ. ୪ ସମଲେଇ ମନ୍ଦିର ନିଟକ ତଳିପଡ଼ାରୁ ୨ ଜଣ, ୱାଡର଼୍ ନଂ. ୮ ବ୍ୟାଙ୍କ ଅଫ୍ ବରୋଦା ନିକଟରେ ୨ ଜଣ, ୱାଡର଼୍ ନଂ. ୨ ନଦୀପଡ଼ାରୁ ଜଣେ, ପିଏଚଡ଼ି ପଡ଼ାରୁ ଜଣେ, ୱାଡର଼୍ ନଂ. ୧୩ (ମିନି ଷ୍ଟାଡ଼ିଅମ୍ ପଛପଟ)ରୁ ଜଣେ, ୱାଡର଼୍ ନଂ. ୧୮ ଭାରତୀନଗରରୁ ଜଣେ, ବାନ୍ଦୁଟିକିରା ସୁନାରି ଗଳିରୁ ଜଣେ, ୱାଡର଼୍ ନଂ. ୩ ହାଟପଡ଼ାରୁ ଜଣେ, ୱାଡର଼୍ ନଂ. ୧ ବୃସୁଙ୍ଗ ବନ୍ଧପଡ଼ାରୁ ଜଣେ, ୱାଡର଼୍ ନଂ. ୭ ବନ୍ଦତଳ ନୂଆପଡ଼ାରୁ ଜଣେ, ଶ୍ରୀକୁଂଜ ହାଇଡିସ, ଭଟିଲି ଛକ ନିକଟରୁ ଜଣେ ପଜେଟିଭ୍ ଥିବା ସରକାରୀ ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.