ବରଗଛକୁ ଧକ୍କା ଦେଲା ଟ୍ରକ : ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଡାକ୍ତରଖାନା ପହଞ୍ଚାଇଲା ବରଗଡ଼ ସଦର ପୋଲିସ୍

ବରଗଡ଼, (ନିରୋଜ କୁମାର ପାଣୀ) : ରାତ୍ରୀ ପାଖାପାଖି ପ୍ରାୟ ୮ଟା ସମୟରେ ବଲାଙ୍ଗିର ପଟରୁ ଆସୁଥିବା ଏକ ଟ୍ରକ ନଂ.ଓଆର୍‌୦୯ଏଚ୍‌୨୨୮୫ ସରସରା ଛକ ଓ ପ୍ରେଟ୍ରେ।ଲ ପମ୍ପ ମଝିରେ ଜାତୀୟ ରାଜପଥ କଡ଼ରେ ଥିବା ଏକ ବରଗଛକୁ ଧକ୍କା ଦେଇଥିଲା । ଘଟଣାରେ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର ସମୟରେ ସରସରା ସରପଞ୍ଚ ମିଲନ ନାଗ ନିଜ ଜେସିବି ଉଦ୍ଧାର କାର୍ୟ୍ୟରେ ଲଗାଇବା ସହିତ ନିଜେ ଉପସ୍ଥିତ ଥାଇ ଡ୍ରାଇଭରକୁ ଉଦ୍ଧାର ସମୟରେ ସାହାଯ୍ୟ କରି ବରଗଡ଼ ପୋଲିସକୁ ଘଟଣା ବିଷୟରେ ଖବର ଦେଇଥିଲେ । ଘଟଣା ସ୍ଥଳକୁ ସଦର ପୋଲିସ ମୋହନ କହଁରଙ୍କ ସହିତ ଷ୍ଟାପ ପହଞ୍ଚି ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ବରଗଡ଼ ପୁରୁଣା ଡାକ୍ତରଖାନାକୁ ନିଜ ପୋଲିସ ଗାଡିରେ ପହଞ୍ଚାଇଥିଲେ । ତେବେ ସେଠାରୁ ତାକୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାସ୍‌ସ୍ତରୀତ କରାଯାଇ ଥିବା ଜଣାପଡିଛି । ଡ୍ରାଇଭର ଜଣକ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳ ଗହରିଆ ମୁଣ୍ଡା ଗ୍ରାମର ଡୋଲାମଣି ସୁନା ବୋଲି ଜଣାପଡିଛି ।

Leave A Reply

Your email address will not be published.