pr

ଡେଲି ମାର୍କେଟ ଗଣେଶ ପୂଜା କମିଟି ପଦ୍ମପୁର ପକ୍ଷରୁ ଅନ୍ନଭୋଗ ବଣ୍ଟନ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ଗଣେଶ ପୂଜା ଅବସରରେ ପଦ୍ମପୁର ଡେଲି ମାର୍କେଟ ଗଣେଶ ପୂଜା କମିଟି ପକ୍ଷରୁ ଅନ୍ନଭୋଗ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ରାଜେଶ ଗୁର୍ଲାଙ୍କ ଅଧ୍ୟକ୍ଷତାରେ ଏହି ଅନ୍ନଭୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ନଭୋଗ ବଣ୍ଟନ କାର୍ଯ୍ୟକ୍ରମକୁ ନାଟ୍ୟକାର କେଶରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ ବହିଦାର ଓ ନାଟ୍ୟକାର ରାଜେନ୍ଦ୍ର ମହାନ୍ତି ଉଦ୍‌ଘାଟନ କରିଥିଲେ । ପରେ ପଦ୍ମପୁର ସହର ଓ ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଜନସାଧାରଣ ଯୋଗଦେଇ ଅନ୍ନଭୋଗ ସେବନ କରିଥିଲେ । କାର୍ଯ୍ୟକ୍ରମରେ ଗଣେଶ ପୂଜା କମିଟିର ସଭାପତି ହରେଶ ଡୁଙ୍ଗୁରି, ଉପସଭାପତି ସୁରଜ ସୁନା, ସମ୍ପାଦକ ଅନିଲ ଗୁର୍ଲା ଓ କୋଷାଧ୍ୟକ୍ଷ ଅଜିତ ବିଶ୍ୱାସଙ୍କ ସମେତ ଗୋପବନ୍ଧୁ ଶିକା, ଦିନବନ୍ଧୁ ବାରିକ, ଲାଲୁ, କାଳିଆ, ନରେଶ, ସୁଦାମ, ଆଲୋକ, ରୁଦ୍ର, ବିଜୟ, ଦୀପକ, ସଞ୍ଜୟ, ପିଣ୍ଟୁ, ଭାନୁ ପ୍ରମୁଖ କମିଟି ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ । ଗଣେଶ ପୂଜା ଅବସରରେ ଆୟୋଜିତ ଏହି ଅନ୍ନଭୋଗ ବଣ୍ଟନ କାର୍ଯ୍ୟକ୍ରମ ମାଧ୍ୟମରେ ଭାଇଚାରା, ସେବା ଓ ସାମାଜିକ ଏକତାର ବାର୍ତ୍ତା ପ୍ରକାଶ ପାଇଥିଲା ।

nrusinghnath
Leave A Reply

Your email address will not be published.