jayashree

ମାରୱାଡ଼ି ସମ୍ମିଳନୀର ଅଭିନବ ପଦକ୍ଷେପ : ବଲାଙ୍ଗିରରେ ମାନବିକ ପ୍ରୟାସ, ଗ୍ରୀଷ୍ମରେ ଶୀତଳ ପାନୀୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ, ବଲାଙ୍ଗିର ଶାଖା ପକ୍ଷରୁ ସମାଜସେବାକୁ ଆଗକୁ ବଢ଼ାଇବାରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ସହରର ପ୍ରତିଷ୍ଠିତ ବ୍ୟବସାୟୀ ପୂରଣ ମଲ ଅଗ୍ରୱାଲଙ୍କ ସହଯୋଗରେ ଶାନ୍ତି ଏଣ୍ଟରପ୍ରାଇଜେସ୍‌ ପ୍ରାଙ୍ଗଣ ସମ୍ମୁଖରେ ଶୀତଳ ସରବତ ଓ ପାଣି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ତୀବ୍ର ଗ୍ରୀଷ୍ମ ତାପକୁ ଦୃଷ୍ଟିରେ ରଖି ଯାତ୍ରୀ ଓ ସାଧାରଣ ଲୋକଙ୍କୁ ଶୀତଳ ପାନୀୟ ଯୋଗାଇ ଦେବାର ଏହି ପ୍ରୟାସକୁ ଲୋକମାନେ ବହୁ ପ୍ରଶଂସା କରିଥିଲେ । ଏହା ଦ୍ୱାରା ଗ୍ରୀଷ୍ମରେ ରାହତ ମିଳିବା ସହିତ ସମାଜରେ ସେବା ଓ ସହଯୋଗର ଭାବନାକୁ ଆହୁରି ମଜବୁତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଓ ସଦସ୍ୟମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । ଏହି ଅବସରରେ ପ୍ରାଦେଶିକ ମିଡିଆ ପ୍ରଭାରୀ ଓ ସାମ୍ବାଦିକ ପବନ ଅଗ୍ରୱାଲ, ଶାଖା ଅଧ୍ୟକ୍ଷ ସୁଶୀଳ ଅଗ୍ରୱାଲ, ସଚିବ କହ୍ନେଇଆ ଲାଲ ଅଗ୍ରୱାଲ, ଉପଦେଷ୍ଟା ରାଜେଶ ଜୈନ ଓ ପୂରଣ ମଲ ଅଗ୍ରୱାଲଙ୍କ ପରିବାରର ବିଶେଷ ଅବଦାନ ରହିଥିଲା । ମାରୱାଡ଼ି ସମ୍ମିଳନୀ, ବଲାଙ୍ଗିର ଶାଖା ପକ୍ଷରୁ ସମସ୍ତଙ୍କୁ ଏହିପରି ସାମାଜିକ କାର୍ଯ୍ୟରେ ଆଗକୁ ଆସି ଭାଗ ନେବାକୁ ଅନୁରୋଧ କରାଯାଇଛି । ଯାହାଦ୍ୱାରା ସମାଜରେ ସେବା ଓ ସହଯୋଗର ମୂଲ୍ୟବୋଧ ଆହୁରି ସୁଦୃଢ଼ ହେବ ।

Leave A Reply

Your email address will not be published.