ଧର୍ମଶାଳା, (ସସ୍ମିତା ପ୍ରଧାନ) : ଓଡ଼ିଆ ପକ୍ଷ ପାଳନ ଅବସରରେ ଶ୍ରୀରାଧାକୃଷ୍ଣ ସାହିତ୍ୟ ସଂସଦ ଓ ମାତା ଇ- ପତ୍ରିକା ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା ପକ୍ଷରୁ ଯାଜପୁର, ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଟପୁର ଓ ବଳଦେବ ଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଡ଼ବାରି ସାହିରେ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର, ସୁରକ୍ଷା ଓ ବିକାଶ ପାଇଁ ଶହେରୁ ଅଧିକ ପିଲାମାନଙ୍କୁ ବର୍ଣ୍ଣବୋଧ ବହି ବଣ୍ଟନ କରାଯାଇଛି । ଅନୁଷ୍ଠାନର ସଭାପତି ଆଦିକନ୍ଦ ରାଉତ, ଉପ ସଭାପତି ଅରୁଣ କୁମାର ଦାସ, ପ୍ରତିଷ୍ଠାତା ଓ ସମ୍ପାଦକ ଡ. ଆଶୁତୋଷ ଦେବୀପ୍ରସାଦ ରାଉତ ପରାମର୍ଶ କ୍ରମେ ଏହି କାର୍ଯ୍ୟକ୍ରମର ଦାୟିତ୍ୱ ସମ୍ପାଦିକା ଶ୍ରୀମତୀ ଜୟନ୍ତୀ ବେହେରାଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରୀମତୀ ବେହେରା ଦୁଇଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏହି ଅଭିନବ ସୁନ୍ଦର ଛବିଳ ମଧୁ ବର୍ଣ୍ଣବୋଧ ବହି ବଣ୍ଟନ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିବାରୁ, ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯିବ ସହ ଅନୁଷ୍ଠାନ ଏଭଳି କାର୍ଯ୍ୟକ୍ରମ ଆଗକୁ ବିଭିନ୍ନ ବିଦ୍ୟାଳୟରେ କରିବା ପାଇଁ ନିଷ୍ପତି ନିଆଯାଇଛି । ଅନୁଷ୍ଠାନର ଏଭଳି ଅଭିନବ ଆଦର୍ଶ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସିତ କରାଯାଇଛି । ଆମ ଓଡ଼ିଆ ଭାଷା ଆମ ଓଡ଼ିଆ ଜାତିର ପରିଚୟ ବୋଲି ସାହିତ୍ୟିକମାନେ କହିଛନ୍ତି ।