pakka

ବ୍ୟାଙ୍କ ଘରୋଇକରଣକୁ ବିରୋଧ କଲା ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ : ଡିସେମ୍ବର ୯ ତାରିଖ କଳା ବ୍ୟାଜ୍‌ ଧାରଣ, ୧୬ ଓ ୧୭ରେ ଦେଶବ୍ୟାପୀ ଧର୍ମଘଟ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରଙ୍କ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କଗୁଡ଼ିକୁ ଘରୋଇକରଣ କରାଯିବା ନିଷ୍ପତ୍ତିକୁ ବିରୋଧ କରିଛି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଆସନ୍ତା ଡିସେମ୍ବର ୯ ତାରିଖ ଦିନ ସାରା ଦେଶର ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ କଳା ବ୍ୟାଜ୍‌ ଧାରଣ କରିବା ସହ ଆସନ୍ତା ୧୬ ଓ ୧୭ ତାରିଖ ଦିନ ଧର୍ମଘଟକୁ ଓହ୍ଲାଇବେ । ଏ ସଂପର୍କରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ର କନ୍‌ଭେନର୍‌ ସଂଜୀବ କୁମାର ବନ୍ଦଲିଶ୍‌ ସାର୍‌କୁଲାର୍‌ ନଂ.ୟୁଏଫ୍‌ବିୟୁ/୨୦୨୧/୧୯, ତା.୦୩/୧୨/୨୦୨୧ରେ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

20 − 14 =