pakka

ଫାଇଭ ଟି ସ୍ମାର୍ଟ ସ୍କୁଲର ପ୍ରସ୍ତୁତି ବୈଠକ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ଫାଇଭ ଟି ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାରେ ଆଉ ୮ଟି ସରକାରୀ ହାଇ ସ୍କୁଲକୁ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଡେଲାଙ୍ଗ ବ୍ଲକ ୪ଟି ଉଚ୍ଚ ବିଦ୍ୟାଳୟ ହରିରାଜପୁର ସୋମନାଥ ଦେବ ଉଚ୍ଚ ବିଦ୍ୟାପୀଠ, ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାପୀଠ, ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟ, ରେଂଚ ରଧାକାନ୍ତ ବିଦ୍ୟାପୀଠକୁ ପୂର୍ବରୁ ସ୍ମାର୍ଟ ସ୍କୁଲ କାମ ସମ୍ପୂର୍ଣ୍ଣ କରାଯାଇ ଲୋକାର୍ପଣ ହୋଇସାରିଛି । ଦ୍ଵିତୀୟ ପର୍ଯ୍ୟାୟରେ ସାଉରିଆର ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟ, ରାଧାମୋହନଦେବ ଉଚ୍ଚ ବିଦ୍ୟାପୀଠ, ଡେଲାଙ୍ଗ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଚାଇଁପୁରର ଷଡାଗୋଇ ଉଚ୍ଚ ବିଦ୍ୟାଳୟ, ଗଡମୋଟରିର ବିଶ୍ଵନାଥ ଦେବ ନୋଡାଲ ବିଦ୍ୟାପୀଠ, ଅଭୟମୁଖୀର ସର୍ବପଲ୍ଲୀ ଉଚ୍ଚ ବିଦ୍ୟାଳୟ, ଶ୍ରୀପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟ, ଧାନକେରାର କପିଳେଶ୍ଵର ଉଚ୍ଚ ବିଦ୍ୟାଳୟକୁ ଓଡ଼ିଶା ସରକାରଙ୍କ ଫାଇଭ ଟି ସ୍ମାର୍ଟ ସ୍କୁଲରେ ଏହି ଆଠୋଟି ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରଯାଇଛି । ଏନେଇ ସୋମବାର ଅପରାହ୍ନରେ ଡେଲାଙ୍ଗ ପଞ୍ଚାୟତ ସମିତି, ସଭାଗୃହରେ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ଆଠୋଟି ସରକରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପରିଚାଳନା ସମିତିର ଚେୟାରମ୍ୟାନ, ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଓ ସ୍ଥାନୀୟ ସରପଞ୍ଚ/ସମିତିସଭ୍ୟମାନେ ଯୋଗଦେଇଥିଲେ । ଭିଡ଼ିଓ କନଫରେନ୍ସ ଜରିଆରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଫାଇଭ ଟି ସ୍ମାର୍ଟ ସ୍କୁଲର ଆଭିମୁଖ୍ୟ ଓ ଲକ୍ଷ୍ୟ ଉପରେ ସୂଚନା ଦେବା ସହ ବିଦ୍ୟାଳୟ ପାଇଁ ଆବଶ୍ୟକ ଥିବା କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଥିଲେ । ରାଜ୍ୟ ସରକାର ଏହି ଯୋଜନାରେ ଦଶ ଲକ୍ଷ ଟଙ୍କା ବିଦ୍ୟାଳୟ ପ୍ରଶିକ୍ଷଣ ଓ ୩୫ ଲକ୍ଷ ଟଙ୍କା ବିଦ୍ୟାଳୟ ଗ୍ରୂହ ଉନ୍ନତିକରଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ୭୦ ଲକ୍ଷ ଟଙ୍କା ଉପୋଯୋଗ ହେଉଥିବାରୁ ଅବଶିଷ୍ଟ ଅର୍ଥ ଗ୍ରାମ ପଞ୍ଚାୟତ, ବ୍ଲକ, ବିଦ୍ୟାଳୟ ପରିଚାଳନା ସମିତି ଓ ପୁରାତନ ଛାତ୍ର ସଂସଦ ଯୋଗାଡ କରିବାକୁ ନିର୍ଦ୍ଦେଶ ରହିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ସୂଚନା ଦେଇଥିଲେ ।

jay balangir
Leave A Reply

Your email address will not be published.

two × one =