pakka

ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ୨୦୦୨ ମେଟ୍ରିକ ବେଚର ବନ୍ଧୁମିଳନ ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଦଳୀମୁଣ୍ଡା ଫରେଷ୍ଟ ନର୍ସରିରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ୨୦୦୨ ମେଟ୍ରିକ ବେଚର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ୨୦୦୨ ମେଟ୍ରିକ ବେଚର ବହୁ ପୁରାତନ ଛାତ୍ର ଯୋଗ ଦେଇଥିବା ବେଳେ ଜିଲ୍ଲା ତଥା ରାଜ୍ୟ ବାହାରେ ଚାକିରି କରୁଥିବା ଅନେକ ବନ୍ଧୁ ଯୋଗ ଦେଇଥିଲେ । ବିଗତ ଗୋଟିଏ ବର୍ଷ ବ୍ୟବଧାନରେ ସ୍ଵର୍ଗାରୋହଣ କରିଥିବା ଦିବଂଗତ ଦୁଇ ବନ୍ଧୁ ସ୍ୱର୍ଗୀୟ ବିବେକାନନ୍ଦ ବେହେରା ଓ ସ୍ୱର୍ଗୀୟ ବିପିନ ବେହେରାଙ୍କ ସ୍ମୃତିରେ ସମସ୍ତେ ମିଶି ପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହିତ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ କରାଯାଇଥିଲା । ପରେ ଆଗାମୀ ଦିନରେ ସମସ୍ତ ବନ୍ଧୁ ମିଶି ପି.ଆର. ହାଇସ୍କୁଲ ପରିଦର୍ଶନରେ ଯାଇ ମୋ ସ୍କୁଲ କମିଟିରେ ସାମିଲ ହେବା ଏବଂ ସମସ୍ତ ବନ୍ଧୁ ମିଶି ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରିବା ବିଷୟରେ ଆଲୋଚନା କରାଯାଇଥିଲା । ବାହାରେ ରହୁଥିବା କିଛି ବନ୍ଧୁ ବ୍ୟକ୍ତିଗତ କାରଣରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରି ନ ଥିବାରୁ ଭିଡିଓ କଲ ମାଧ୍ୟମରେ ନିଜର ମତାମତ ରଖିଥିଲେ । ଶେଷରେ ସମସ୍ତେ ପରସ୍ପରକୁ ଅଭିବାଦନ ଜଣାଇବା ସହିତ ଏକ ଭାବବିହ୍ଵଳ ପରିବେଶରେ ନିଜ ନିଜ ସ୍ଥାନକୁ ଫେରିଥିଲେ ।

Leave A Reply

Your email address will not be published.

seventeen + 5 =