csstore

ମାକ୍ରି ଗାଁରେ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ

ସଇଁନ୍ତଲା,(କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଲ ବନଖଣ୍ଡ ମାକ୍ରି ଗାଁରେ ଆଜି ୭୪ତମ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବନ ବିଭାଗ ରେଞ୍ଜର ଲିଙ୍ଗରାଜ ଭୋଇ ଯୋଗଦେଇ ଗଛ ଲଗାଇବା ଦ୍ୱାରା ପରିବେଶ ସୁନ୍ଦର, ସ୍ୱଚ୍ଛତା ଏବଂ ମଣିଷ ସମାଜକୁ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଦେଉଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବଡ଼ମାଲ ଫରେଷ୍ଟର ପ୍ରିୟଙ୍କା ପୋଢ଼, ଫରେଷ୍ଟର ସୁରେନ୍ଦ୍ର ମହାରଣା, ବିପିନ ସାହୁ, ତପସ୍ୱିନୀ ରଣା, ନମିତା ତାଣ୍ଡି, ରଞ୍ଜିତା ପୋଢ଼, ସୁନିତା ମୁଣ୍ଡା, ଜ୍ୟୋତି ରଞ୍ଜନ ବଗର୍ତ୍ତି, ଶଙ୍କର ଭୋଇ, ସୁମନ ମନହୀରା, ପୂଜା ରାନୀ ସେଠ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.