csstore

ମାହେଶ୍ୱରୀ ସଂଗଠନ ମହିଳା ଶାଖା ତରଫରୁ ସପ୍ତାହ ବ୍ୟାପୀ ବନ ମହୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାହେଶ୍ୱରୀ ସଂଗଠନ ମହିଳା ଶାଖା ତରଫରୁ ସପ୍ତାହ ବ୍ୟାପୀ ବନ ମହୋତ୍ସବ ୨୦୨୩କୁ ନିଆର ଭାବେ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଳନ କରାଯାଇଥିଲା । ନାଚ ଗୀତ ମାଧ୍ୟମରେ ଛୋଟ ଛୋଟ ପିଲାଙ୍କୁ ଆକୃଷ୍ଟ କରି ତଥା ଚାରା ରୋପଣ କରି ପରିବେଶ ସୁରକ୍ଷା ଦିଗରେ ସଚେତନ କରାଯାଇଥିଲା । ଆଜି ଶେଷ ଦିନରେ ସହରର ଗାନ୍ଧୀ ପାଠାଗାର ଭାଗିରଥି ଛକ ପାଖରୁ ଅନୁଷ୍ଠାନ ତରଫରୁ ଏକ ବିଶାଳ ସାଇକେଲ ର‍୍ୟାଲିର ଆୟୋଜନ ହୋଇଥିଲା ଏଥିରେ ଉଭୟ ମହିଳା ଶାଖା ତଥା ପୁରୁଷ ସ୍ୱେଚ୍ଛାସେବୀଙ୍କ ସହ ଅନେକ ବରିଷ୍ଠ ସାମ୍ବାଦିକ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ତଥା ପରିବେଶ ପ୍ରେମୀ ଯୋଗ ଦେଇଥିଲେ । ସଚେତନତା ଓ ସମ୍ଭାବନାର ପର୍ବ ବନ ମହୋତ୍ସବ ଏହି ସ୍ଲୋଗାନ ମାଧ୍ୟମରେ ଲୋକଙ୍କ ନିକଟତର ହେବାର ସୁନ୍ଦର ପ୍ରୟାସ କରିଥିଲେ । ସାଇକେଲ ବ୍ୟବହାର ମାଧ୍ୟମରେ ଆମେ ପ୍ରଦୂଷଣ କମ୍‌ କରିବା ସହ ଶାରୀରିକ ବ୍ୟାୟମ ମଧ୍ୟ ହେବ, ଏହା ମଧ୍ୟ ଏହି ର‍୍ୟାଲିର ଏକ ଉଦ୍ଦେଶ୍ୟ ଥିଲା । ସକାଳ ଘ.୭ ଟାରୁ ଆରମ୍ଭ ହୋଇଥିବା ଏହି ର‍୍ୟାଲିରେ ମାହେଶ୍ୱରୀ ମହିଳା ଶାଖା ସଂଯୋଜିକା କ୍ରିତିକା ଅଗ୍ରୱାଲ, ବବିତା ବାଗ, ବୈଶାଳୀ ବହିଦାର, ପଦ୍ମାଳୟା ବାରିକ, କିର୍ତ୍ତି କେଶୱାନୀଙ୍କ ସହ ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ, ସଭାପତି ଶୋଭନ ଅଗ୍ରୱାଲ, ଜିଲ୍ଲା ସଂଯୋଜକ ସୌମ୍ୟ ରଂଜନ ପଣ୍ଡା, ଉପଦେଷ୍ଟା ନିଦେଶ ଶର୍ମା, ଅପ୍ରମିତ ପରିଚ୍ଛା, ସୌମ୍ୟ ରଂଜନ ବେହେରା, ସ୍ୱାଗତ ଦାସ, ସୁମିତ ରାଓ, ଆଜାତ ମିଶ୍ର, ମାନସ ରଂଜନ ସାହୁ, ସୋମନାଥ ଘିଭେଲା, ଯତିନ୍ଦ୍ର ସାହୁ, ଶିବ ପ୍ରସାଦ ମିଶ୍ର, ଦେବାଶିଷ ପାଣ୍ଡିଆ ତଥା ରାଇଡିଙ୍ଗ ଲଭର ସଦସ୍ୟ ଆର୍ତ୍ତତ୍ରାଣ ପାଢୀ, ଶଙ୍କର ଜୁଏଡ, ପୀଉଷ ମିତ୍ତଲ, ଓମ୍‌ ପ୍ରକାଶ ଅଗ୍ରୱାଲ, କୋଶଲି କବି ଅର୍ଜୁନ ସାହୁ, ସହଯୋଗ ଫାଉଣ୍ଡେସନର ଅନିଲ ମୋଦୀ ପ୍ରମୁଖ ରହିଥିଲେ । ବୁଦ୍ଧିଜୀବୀ ରଥନ ମହାରଣା, ରାମଦତ୍ତ ଭୋଇ, ବିରେନ୍ଦ୍ର ଝାଙ୍କର, ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଯୁବ ବର୍ଗଙ୍କୁ ଉତ୍ସାହିତ କରିବା ସହ ର‍୍ୟାଲିରେ ମଧ୍ୟ ଭାଗ ନେଇଥିଲେ ।

jayashree
Leave A Reply

Your email address will not be published.