om academy

ପାଟଣାଗଡ଼ ବନ ବିଭାଗ ଦ୍ୱାରା ଶାଳ ଗଣ୍ଡି ବୋଝେଇ ପିକ୍ଅପ୍ ଭ୍ୟାନ ସହ ଏକ ଟିଭିଏସ୍ ଏକ୍ସସେଲ ବାଇକ ଜବତ

jsm

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ରେଞ୍ଜ ଅନ୍ତର୍ଗତ ପାଢେଲ ସେକ୍‌ସନ୍‌ ବାଘମୁଣ୍ଡ ଓ ଦୁନ୍ଦେଲ ଯିବା ମଝି ରାସ୍ତାରେ ଏକ ପିକ୍ଅପ୍ ଭ୍ୟାନ୍‌ରେ ଶାଳ ଗଣ୍ଡି ବୋଝେଇ ସହ ଏକ ଟିଭିଏସ୍ ଏକ୍‌ସେଲ୍‌ ଜବତ କରାଯାଇଛି । ସୂଚନା ଅନୁସାରେ ପାଢ଼େଲ ସର୍କଲ ଫରେଷ୍ଟର ଅରବିନ୍ଦ ଧରୁଆ, ଲରମ୍ଭା ଫରେଷ୍ଟର ଭାଗବତିଆ ଦାଶ ଓ ଟିକିରାପଡ଼ା ଫରେଷ୍ଟର ପ୍ରଦୀପ ସାହୁଙ୍କ ମିଳିତ ଚଢଉରେ ଗତ ଶନିବାର ରାତି ପ୍ରାୟ ୧ ଘଣ୍ଟା ସମୟରେ ପାଟ୍ରୋଲିଂ ବେଳେ ବାଘମୁଣ୍ଡ ଦୁନ୍ଦେଲ ରାସ୍ତା ମଝିରେ ଏକ ପିକ୍ଅପ୍ ଭ୍ୟାନରେ କାଠ ମାଫିଆ ମାନେ ଶାଳ ଗଣ୍ଡି ବୋଝାଇ କରୁଥିବା ବେଳେ ପାଟଣାଗଡ଼ ବନବିଭାଗ ଦ୍ୱାରା ଜବତ କରାଯାଇଛି । ପିକ୍‌ଅପ୍‌ ଭ୍ୟାନ୍‌ ନଂ. ଓଡି୦୩ଡି ୪୦୩୧ ଏବଂ ଏକ ଟିଭିଏସ୍ ଏକ୍ସସେଲ ବାଇକ ନଂ ଓଡି ୦୩ ଜୀ ୪୩୦୬କୁ କାଠ ମାଫିଆ ମାନେ ଛାଡି ଚାଲିଯାଇଥିବା ବେଳେ ଏହାକୁ ବନବିଭାଗ ଜବତ କରାଯାଇଛି । ଡ୍ରାଇଭର ଓ ବାଇକ୍ ଚାଳକ ଫେରାର୍‌ ହୋଇଥିବା ବେଳେ ଜବତ ଶାଳ ଗଣ୍ଡିର ଆନୁମାନିକ ମୁଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ପାଟଣାଗଡ଼ ରେଞ୍ଜର ରାଜକିଶୋର ଭୋଇ ସୂଚନା ଦେଇଛନ୍ତି । ପେଟ୍ରୋଲିଂ ସମୟରେ ପାଢ଼େଲ ଏବଂ ଲରମ୍ଭା ସେକସନ ଫରେଷ୍ଟରଙ୍କ ସହ ଅନ୍ୟ ବନ କର୍ମଚାରୀ ମାନେ ସାମିଲ ଥିଲେ ।

Leave A Reply

Your email address will not be published.