oom

ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ, ବଲାଙ୍ଗିର ଜିଲ୍ଲାର ସାଧାରଣ ପରିଷଦ ବୈଠକ ଗତକାଲି ସାମ୍ବାଦିକ ଭବନ ବୈଠକ ଗୃହରେ ସଭାପତି ପ୍ରବୀର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘ ତରଫରୁ ଥିବା ପ୍ରମୁଖ ଦାବୀ ବିଷୟରେ ଆଲୋଚନା କରାଯାଇଥିଲା । ଦାବୀମାନଙ୍କ ମଧ୍ୟରେ ନନ୍‌ମେଡିକୋ ପବ୍ଲିକ୍‌ ହେଲଥ୍‌ କେୟାର୍‌ରେ ସମସ୍ତ ଏନ୍‌ଏଚ୍‌ଏମ୍‌ ପରିଚାଳନା କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରିବା, (୨)ରାଜ୍ୟ ପ୍ରୋତ୍ସାହନ ରାଶି ତୁରନ୍ତ ପ୍ରଦାନ କରିବା, (୩)ଦରମା ଠିକ୍‌ ଭାବରେ ଅନୁପାତିକରଣ କରିବା, (୪)ମେଡିକାଲ ଖର୍ଚ୍ଚ ପ୍ରଦାନ କରିବା ପ୍ରଣାଳୀ ସରଳୀକରଣ କରିବା । ଏହି ସଭାରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ପ୍ରବୀର ମେହେର ସଭାପତି, ଯୁଗଳ କିଶୋର ସାହୁ ଉପସଭାପତି, ଶିବ ପ୍ରସାଦ ରଥ ସାଧାରଣ ସଂପାଦକ, ସୁଶୋଭନ ମହାପାତ୍ର ଯୁଗ୍ମ ସଂପାଦକ, ନବୀନ ବେହେରା ଯୁଗ୍ମ ସମ୍ପାଦକ, ବିଜୟ କୁମାର ହୋତା ଆବାହକ ଏବଂ କାର୍ୟ୍ୟକାରୀ ସଦସ୍ୟ ଭାବରେ ଅନାଦି ଚରଣ ସାହୁ, ଗୁରୁଦେବ କୁମ୍ଭାର, ମନୋଜ କୁମାର ତ୍ରିପାଠୀ, ରାଜେଶ କୁମାର ଦାସ, ନରେଶ ଅଗ୍ରୱାଲ, ଫକୀର ଚରଣ ବାଗ, ରଶ୍ମିରଞ୍ଜନ ପୁରୋହିତ ଏବଂ ଆଶୁତୋଷ ବହିଦାରଙ୍କୁ ଚୟନ କରାଯାଇଛି । ଏହି ସଭାରେ ରାଜ୍ୟ ସରକାରଙ୍କ ବଜେଟ ଅନ୍ତର୍ଗତ ପର୍‌ଫର୍ମାନ୍ସ ଇନ୍‌ସେନଟିଭ ଏନ୍‌ଏଚ୍‌ଏମ୍‌ କର୍ମଚାରୀଙ୍କ ପାଇଁ ବିଗତ ଜାନୁୟାରୀ ୨୦୨୨ରୁ ଲାଗୁ ହୋଇଥିଲେ ମଧ୍ୟ ଅଧ୍ୟାବଧି ପ୍ରାପ୍ୟ ଦିଆଯାଇ ନଥିବାରୁ ସମସ୍ତ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିଥିଲେ । ଶେଷରେ ସମସ୍ତ ଦାବୀ ଗୁଡିକୁ ସରକାର ଖୁବ୍‌ ଶୀଘ୍ର ପୁରଣ କରିବା ପାଇଁ ଦାବୀ କରାଯାଇଛି । ସଭା ଶେଷରେ ବିଜୟ କୁମାର ହୋତା ଆବାହକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.