pakka

ବିଧାନସଭା ପୂର୍ବରୁ ସର୍ବଦଳୀୟ ବୈଠକ : ବଲାଙ୍ଗିରରୁ ଭର୍ଚୁଏଲ୍‌ ମୋଡରେ ଯୋଗଦେଲେ ନରସିଂହ

bbehera
  • ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସାମ୍ବାଦିକଙ୍କୁ ଗୃହକୁ ପ୍ରବେଶ ଦିଆଯାଉ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷରୁ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାଚସ୍ପତିଙ୍କ ଅଧକ୍ଷତାରେ ହେଉଥିବା ବୈଠକରେ ଭର୍ଚୁଏଲ୍‌ ମାଧ୍ୟମରେ ଯୋଗ ଦେଇଛନ୍ତି । ଏହି ବୈଠକରେ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଷ ବିଧାନ ସଭାର ନବମ ଅଧିବେଶନ ପାଇଁ ବିଭିନ୍ନ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ର କେଶରୀ ଆରୁଖ, ସରକାରୀ ମୁଖ୍ୟ ସଚେତକ ପ୍ରମୀଳା ମଲ୍ଲିକ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଷ୍ଣୁଚରଣ ସେଠି, ଲକ୍ଷ୍ମଣ ମୁଣ୍ଡାଙ୍କ ସମେତ ଅଧିକାରୀମାନେ ଯୋଗଦେଇଥିଲେ । ଅଳ୍ପ କିଛି ଦିନ ପାଇଁ ବସିବାକୁ ଥିବା ଏହି ବିଧାନସଭା ଅଧିବେଷନ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ । ଏହି ସମୟ ମଧ୍ୟରେ ଆଗାମୀ ବର୍ଷ ପାଇଁ ଏକ କାମ ଚଲା ବଜେଟ ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଆଲୋଚନାରେ ଅଂଶ ଗ୍ରହଣ କରି ଶ୍ରୀ ମିଶ୍ର କହିଥିଲେ ଯେ, ଯେହେତୁ ଜଣେ ପୂର୍ବତନ ମୂଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ ବାଚସ୍ଫତି କିଶୋର ମହାନ୍ତିଙ୍କ ଦେହାନ୍ତ ହୋଇଛି । ତେଣୁ ସେମାନଙ୍କ ଉଦ୍ଦେଶ୍ୟରେ ବିଧାନସଭାରେ ଗୃହ ମୁଲତବି କରିବା ପରିବର୍ତ୍ତେ ସମୟ ଅଭାବ ଦୃଷ୍ଟିରୁ କିଛି ସମୟ ଗୃହ ମୁଲତବି କରାଯିବା ନିଷ୍ପତ୍ତି ହୋଇଛି । ତେବେ ଏହାକୁ ପରମ୍ପରା ଭାବେ ଗ୍ରହଣ ନ କରିବାକୁ ଶ୍ରୀ ମିଶ୍ର ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ, ଯାହା ବାଚସ୍ପତି ଗ୍ରହଣ କରିଥିଲେ । କୋଭିଡ କଟକଣା ଲାଗିବା ଦିନଠୁ ବିଧାନସଭା ଭିତରକୁ ସାମ୍ବାଦିକମାନଙ୍କୁ ଛଡାଯାଉ ନଥିବା ବେଳେ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଧାନସଭା ଭିତରକୁ ସାମ୍ବାଦିକମାନଙ୍କୁ ପ୍ରବେଶ କରିବାକୁ ଦେବା ପାଇଁ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ । କିନ୍ତୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ମୁତାବକ ଏବେ ସାମ୍ବାଦିକଙ୍କୁ ପ୍ରବେଶ ନଦେଇ ଆଗାମୀ ଦନରେ ଏହ ଉପରେ ବିଚାର କରାଯିବ ବୋଲି ବାଚସ୍ପତି କହିଥିଲେ । ସେହିପରି ବିଧାନସଭା ପୂର୍ବରୁ ଆସନ୍ତା ୨୪ ତାରିଖରେ ରାଜ୍ୟ ସାରା ନିର୍ବାଚନ ଚାଲିଥିବା ବେଳେ ସମସ୍ତ ବିଧାୟକ ତଥା ଅଧିକାରୀଙ୍କ ଆର୍‌ଟିପିସିଆର ପରିକ୍ଷା ଜିଲ୍ଲା ସ୍ତରରେ କରିବାକୁ ଶ୍ରୀ ମିଶ୍ର ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ବାଚସ୍ପତି ଶ୍ରୀ ମିଶ୍ରଙ୍କ ଏହି ଅନୁରୋଧକୁ ଗ୍ରହଣ କରିବା ସହିତ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି କହିବା ସହ ଏଣ୍ଟିବଡି ପରୀକ୍ଷା ପରବର୍ତ୍ତୀ ସମୟରେ ଭୁବେନଶ୍ୱରେ କରାଯିବ ବୋଲି କହିଥିଲେ । ଶେଷରେ ଆଗାମୀ ବିଧାନସଭା ଅଧିବେଶନ ଯେପରି ଶାନ୍ତି ଶୃଙ୍ଖଳା ଓ କରୋନା କଟକଣା ମୁତାବକ ହେବ ସେ ପ୍ରତି ସମସ୍ତ ସଭ୍ୟ ଯତ୍ନବାନ ହେବାକୁ ବାଚସ୍ପତି ଅନୁରୋଧ କରିଥିଲେ ।

jay balangir
Leave A Reply

Your email address will not be published.

12 − 11 =