
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଝଲପ ଗ୍ରାମ ପଂଚାୟତ କଲ୍ୟାଣ ମଣ୍ଡପ ଠାରେ ମହିଳା ସାମୁକ୍ଷ୍ୟ ଫାର୍ମସ ପ୍ରଡୁସର କଂପାନୀ ଲିମିଟେଡ୍ର ୬ଷ୍ଠ ବାର୍ଷିକ ସାଧାରଣ ପରିଷଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିତୁଶ୍ରୀ ମେହେର ଯୋଗଦେଇ କମ୍ପାନୀର ସଦସ୍ୟାଙ୍କ ଉପସ୍ଥାପନା ଶୁଣି ମହିଳା ସଶକ୍ତିକରଣର ଏକ ବଳିଷ୍ଠ ଉଦାହରଣ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ବି.ପି.ଏମ୍ (ଓଏଲ୍ଏମ୍) ସତ୍ୟପ୍ରିୟ ବେହେରା କମ୍ପାନୀର ଉନ୍ନତି ଦିଗରେ ଆଗେଇବା ପାଇଁ ଧୈର୍ଯ୍ୟ ଓ ନିଷ୍ଠାର ଆବଶ୍ୟକତା, ସମ୍ମାନିତ ଅତିଥି ଭାବେ ଶ୍ରମିକ ଶକ୍ତିସଂଘର ସଂପାଦକ ଥବିର ସିଂ ଧରୁଆ, ସମ୍ମାନିତ ଅତିଥି ପ୍ରାଣୀଧନ ନିରିକ୍ଷକ (ଝଲପ) ତନୁଜା ପ୍ରଧାନ, ଝଲପ ସରପଞ୍ଚଙ୍କ ପ୍ରତିନିଧି ଗୋବିନ୍ଦ ପୁଟେଲ ମୁଖ୍ୟବକ୍ତା ଉଦ୍ୟାନ ବିଭାଗ ଅଧିକାରୀ ସୁନୀଲ ମାଝୀ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । କମ୍ପାନୀର ହିସାବ ରକ୍ଷକ ସିଦ୍ଧାନ୍ତ ମିଶ୍ର ବାର୍ଷିକୀ ବିବରଣୀ ପାଠ କରିଥିଲେ ଓ ଶେଷରେ ଏପିସି ପ୍ରୋଗ୍ରାମ ମେନେଳର ଗୁରୁଗୋବିନ୍ଦ ସିଂହ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶିକା କାନ୍ତିଲତା ଭୋଇ, କୁମୁଦିନୀସାହୁ, ନୀରବତୀ ନାଗ, ସସ୍ମିତା ପୋଡ ସମସ୍ତ ଅଂଶିଦାର ମାନଙ୍କୁ କମ୍ପାନୀର କାର୍ଯ୍ୟରେ ସକ୍ରିୟ ଅଂଶ ଗ୍ରହଣ ପାଇଁ ଆହ୍ୱାନ କରିଥିଲେ ଓ ପ୍ରମୋଟର ମାନେ ମଧ୍ୟ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ସମୀର, ତପନ, ସୁରେଶ, ସୁମନ୍ତ, କୈବଲ୍ୟ, ଦିବ୍ୟ, ତପସ୍ଵିନୀ, ସତ୍ୟ, ପରେଶ, ତୁଳାବତୀ, ଭାରତୀ, ପ୍ରମୂଖ ସହଯୋଗ କରିଥିଲେ । କମ୍ପାନୀର ଉନ୍ନତି ପାଇଁ କାର୍ଯ୍ୟରେ ସହଯୋଗ କରିଆସୁଥିବା ଉତ୍ପାଦକ ଗୋଷ୍ଠୀ, ମହିଳା ଚାଷୀ, କୃଷି ଉଦ୍ୟମିଙ୍କୁ ମାନପତ୍ର ସହିତ ଉପଢୌକନ ଅତିଥିଙ୍କ ହାତରେ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉଦ୍ଘୋଷିକା ଦାୟିତ୍ୱ ଶୋଭାଗିନୀ ରଣା ତୁଲାଇଥିଲେ ।