
ସଦରବ୍ଲକ, (ରାଜେଶ ଦଣ୍ଡସେନା) : ବିଶ୍ୱ ସଫେଇ ଦିବସ ଅବସରରେ ଶିବତଲା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶିବତଲା ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମର ଗ୍ରାମବାସୀ, ସ୍ୱଂୟ ସହାୟକ ଗୋଷ୍ଠୀ, ଶିବତଲା ଗ୍ରାମ କମିଟିର ସଭ୍ୟ ବ୍ରୁନ୍ଦଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶିବତଲା ସେବା ଶାନ୍ତି ସଂଗଠନର ଆବାହକତ୍ୱରେ ଆୟୋଜିତ ବୈଠକରେ ହୋଲିଶ୍ୱର ଧାରୁଆ ଗ୍ରାମବାସୀଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ସଭାରେ ଉଦ୍ଦେଶ୍ୟର ସମ୍ୟକ ଧାରଣା ପ୍ରଦାନ କରିଥିବାବେଳେ ସଭାପତି ଭୋଜରାଜ ବେହେରା ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଶିବତଲା ପଞ୍ଚାୟତ ସ୍ତରୀୟ ମେଗା ସଫେଇ କାର୍ଯ୍ୟକ୍ରମର ରୂପରେଖ ଉପରେ ବିସ୍ତୃତ ଆଲୋକପାତ କରିଥିଲେ । ଶିବତଲା ଗ୍ରାମ କମିଟି ସଭାପତି ଛବିଳ କୁମାର ପୂଜାରୀ, ନବୀନ ସାହୁ, ଶାନ୍ତନୁ ରଣା, ଜଗବନ୍ଧୁ ରଣା, ନିରଞ୍ଜନ ମେହେର, ହେମସାଗର ମାଝି, ହେମସାଗର ମଲ୍ଲିକ, ରିଙ୍କୁ ଦାସ, ନେପାଳ ବେହେରା, ଦେବ ପୁଟେଲ, ରମେଶ ମେହେର, ରାଘବ ରଣା,ସୁବିନ ପସାୟତ, ରବିନ ପସାୟତ, ସକ୍ଷମ ପସାୟତ, କୁନା ବେହେରା, ମଧୁସୂଦନ ପୁଟେଲ, ଅନନ୍ତ ବନଗୁଲା, ଗୋଲାପ ଦାସ, କେଦାର ଧରୁଆ, ସ୍ୱଂୟ ସହାୟକ ଗୋଷ୍ଠୀର ସଭାନେତ୍ରୀ ସ୍ଵାଗତିକା କୁମ୍ଭାର ଓ ଅନ୍ୟାନ୍ନ ସଭ୍ୟା ଉପସ୍ଥିତ ରହି ନିଜ ମତାମତ ପ୍ରଦାନ କରିଥିଲେ । ପ୍ରାକ୍ ବୈଠକର ନିଷ୍ପତ୍ତିକ୍ରମେ ସହିଦ କିଶୋର ମଲ୍ଲିକ ପୀଠ ପରିସର, ସମଲେଇ ମନ୍ଦିର ସମ୍ମୁଖ ପୋଖରୀ ଘାଟ, ତଲିବନ୍ଧ ପିପଲ ଗଛ ତଳ ପରିସର, ହରଗୌରୀ ମନ୍ଦିର ପରିସର ସମେତ ସମସ୍ତ ସର୍ବସାଧାରଣ ସ୍ଥାନ ଗୁଡିକୁ ସଫେଇ କରିବା ପାଇଁ ସ୍ଥିର କରାଗଲା ଏବଂ ପରିଶେଷରେ ସ୍ୱଚ୍ଛତା ହିଁ ସେବାକୁ ଆଧାର କରି ଏକ ଶପଥ ପାଠ କରାଗଲା ।