
ବଲାଙ୍ଗିର, (କେପିଏନ୍ଏସ୍) : ପଶ୍ଚିମ ଓଡ଼ିଶା ଆର୍ଯ୍ୟସମାଜ ତରଫରୁ ଆର୍ଯ୍ୟସମାଜ ମନ୍ଦିର ବଲାଙ୍ଗିର ଠାରେ ସ୍ୱାମୀ ଶ୍ରଦ୍ଧାନନ୍ଦ ବଳିଦାନ ଦିବସ ଅବସରରେ ପଶ୍ଚିମ ଓଡିଶା ଆର୍ଯ୍ୟସମାଜର ତ୍ରୈ-ବାର୍ଷିକ ସମ୍ମିଳନୀ କରାଯିବାର ପ୍ରସ୍ତୁତି ବୈଠକ ସ୍ୱାମୀ ବିଶୁଦ୍ଧାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସ୍ୱାମୀ ସୋମବେଶ ସରସ୍ୱତୀଙ୍କ ଶୁଭାର୍ଶୀବାଦ ଓ ସମ୍ୟକ ଉପସ୍ଥିତି କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭ ସୂଚନା । ପଶ୍ଚିମ ଓଡିଶା ଆର୍ଯ୍ୟସମାଜର ସଭା ପ୍ରଧାନ ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀ, ପଣ୍ଡିତ ଧନୁର୍ଦ୍ଧର ମହାପାତ୍ର, ପଣ୍ଡିତ ପୂର୍ଣ୍ଣାନନ୍ଦ ଶାସ୍ତ୍ରୀ ମଞ୍ଚାସୀନ ଥାଇ ପଶ୍ଚିମ ଓଡିଶା ଆର୍ଯ୍ୟସମାଜର ସଂଗଠନ ସମ୍ପାଦକ ଶିବ ପ୍ରସାଦ ପାତ୍ର ସଭା ସଞ୍ଚାଳନ କରିଥିଲେ । ଡିସେମ୍ବର ୨୫, ୨୬ ଓ ୨୭ (ଶୁକ୍ର, ଶନି, ରବିବାର) ତିନିଦିନ ବ୍ୟାପି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ସର୍ବ ସମ୍ମତିରେ ନିଷ୍ପତ୍ତି ହେବାସହ କାର୍ଯ୍ୟକ୍ରମର ସଫଳ ସଞ୍ଚାଳନ ସକାଶେ ଏକ ପ୍ରାଥମିକ କାର୍ଯ୍ୟକାରି କମିଟି ଗଠନ କରାଯାଇ ସର୍ବଶ୍ରୀ ଶିବ ପ୍ରସାଦ ପାତ୍ର, ସଭାପତି, ରାଜକୁମାର ବରାଡ, ସଂପାଦକ, ଆନନ୍ଦ କୁମାର ଶାସ୍ତ୍ରୀ, ସଂଯୋଜକ, ଆରୁଣୀ କୁମାର ଶାସ୍ତ୍ରୀ, ସହ-ସଂଯୋଜକ ଓ ସୁବ୍ରତ କୁମାର ବହିଦାର, ମୋତିଲାଲ ସାହୁ, ବେଦପ୍ରକାଶ ଶାସ୍ତ୍ରୀ, ଅନନ୍ତ ଆର୍ଯ୍ୟ, ସହଦେବ ଶାସ୍ତ୍ରୀ, ପ୍ରଦୀପ ଖମାରୀ, ହିତେଶ ସାହୁ, ଆନନ୍ଦ ଚନ୍ଦ୍ର ସାହୁ, ବ୍ର : ସୁମନ୍ତ ନୈଷ୍ଠିକ, ଯୁଧିଷ୍ଠିର ଆର୍ଯ୍ୟ, ମଧୁସୂଦନ ସାହୁ, ଶ୍ରୀମତୀ ଆଭା ଶାସ୍ତ୍ରୀ ଆଦିଙ୍କୁ ସଦସ୍ୟ ଭାବରେ କମିଟିରେ ଗ୍ରହଣ କରାଯାଇଥିଲା । ଆଗାମୀ ଦିନର ବୈଠକ ମାନଙ୍କରେ ଅନ୍ୟ ଅନେକ କାର୍ଯ୍ୟକର୍ତ୍ତାଙ୍କୁ ସେମାନଙ୍କ ଉପସ୍ଥିତିରେ ସକ୍ରିୟ ଭାଗିଦାରୀର ଏହି କାର୍ଯ୍ୟକ୍ରମର କାର୍ଯ୍ୟକାରୀ କମିଟିରେ ନିଆଯିବାର ନିଷ୍ପତ୍ତି ନିଆଯାଇଛି । ତଥାପି ପ୍ରଚାର ପ୍ରସାର ବିଭାଗରେ ସ୍ୱାମୀ ବିଶୁଦ୍ଧାନନ୍ଦ ସରସ୍ୱତୀଙ୍କ ସମେତ ପଣ୍ଡିତ ପୂର୍ଣ୍ଣାନନ୍ଦ ଶାସ୍ତ୍ରୀ ଓ ବିଦ୍ୟା ବାଚସ୍ପତି ପଣ୍ଡିତ ଲକ୍ଷ୍ମଣ କୁମାର ଶାସ୍ତ୍ରୀ, ଯଜ୍ଞ କମିଟିରେ ସଚେତନ ମୁନୀ, ସୁରେଶ ମୁନୀ, ସାହେବ ଭୋଇ, ମୃତ୍ୟୁଞ୍ଜୟ ସାହୁ ଏବଂ ଆର୍ଯ୍ୟ ବୀର ଦଳରେ କୁଞ୍ଜଦେବ ମନିଷୀ ଓ ରାଜେନ୍ଦ୍ର ବର୍ଣ୍ଣୀଙ୍କୁ ନିଆଯାଇଛି । ଏହି କମିଟିରେ ୨ ରୁ ୪ ଜଣଙ୍କ ସମ୍ମତି ବିନା ସହୃଦୟ କାର୍ଯ୍ୟକର୍ତ୍ତାଙ୍କ ଆଗ୍ରହ କ୍ରମେ ତାଙ୍କର ନାମ ସ୍ଥାନୀତ ହୋଇଛି, ସେମାନଙ୍କ ଜରିଆରେ ତାଙ୍କର ସମ୍ମତି ଅଣାଯିବ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଉତ୍ସାହର ସହ ତନ-ମନ-ଧନର ସହଯୋଗ କରିବାର ପ୍ରତିଶୃତିବଦ୍ଧ ହୋଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଯଜ୍ଞ-ହବନ ଓ ଜଳପାନର ବ୍ୟବସ୍ଥା ସହ ଈଶ୍ୱର ସ୍ତୁତି-ପ୍ରାର୍ଥନା -ଉପାସନା କରାଯାଇ ବୈଠକ ଆରମ୍ଭ ହୋଇଥିଲା । ସ୍ୱାମୀ ବିଶୁଦ୍ଧାନନ୍ଦଜୀ, ପଣ୍ଡିତ ପୂର୍ଣ୍ଣାନନ୍ଦଜୀ, ଆଚାର୍ଯ୍ୟ ବୃହସ୍ପତିଜୀ ଓ ପଣ୍ଡିତ ଧନୁର୍ଦ୍ଧର ମହାପାତ୍ରଙ୍କ ସମାପନ ବକ୍ତବ୍ୟ ପରେ ରାଜକୁମାର ବରାଡ, ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶାନ୍ତିପାଠ ପରେ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା । ବଲାଙ୍ଗିର ଆର୍ଯ୍ୟସମାଜ ଓ ପଶ୍ଚିମ ଓଡ଼ିଶା ଆର୍ଯ୍ୟସମାଜ ତରଫରୁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।