mahavir

ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ଶିକ୍ଷା ବର୍ଷର ଚତୁର୍ଥ କ୍ଲଷ୍ଟର ସ୍ତରୀୟ ବୈଠକ ଜୁନହାପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦେବାନନ୍ଦ ନିଷାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ବ୍ଳକ୍ ଶିକ୍ଷା ଅଧିକାରୀ କବିରାଜ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବଡବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗଦୀଶ ପଧାନ ଆର୍‌ପି ଭାବେ ଯୋଗ ଦେଇଥିଲେ । ଏଥିରେ ଶିଶୁ ବାଟିକା, ଅକ୍ଟୋବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ବହୁ ଶ୍ରେଣୀ ପରିଚାଳନା, ନମୁନା ପାଠଟିକା ଓ ଶିକ୍ଷଣ ସୋପାନ ଆଦି ବିଷୟରେ ଆଲୋଚନା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଦ୍ମଲୋଚନ କୁମ୍ଭାର, ନିବେଦିତା ଦାସ, ମଧୁମିତା ଅଲତିଆ, ରବିଚନ୍ଦ୍ର ବୁଡେକ, ଦିଲୀପ ପ୍ରଧାନ, ଜ୍ୟୋତିଲାଲ ସାହୁ, ଜ୍ୟୋତ୍ସ୍ନା ଷାଣ୍ଢ, କୈଳାସ ଚନ୍ଦ୍ର ଭୋଇ, ସୁଶାନ୍ତ ସାହୁ, ଅଶ୍ୱିନୀ ନାୟକ, ସନ୍ଧ୍ୟାରାଣୀ ମେହେର, ଆଲୋକିନି ପ୍ରଧାନ, ସୁଜିତ କୁମାର ମିଶ୍ର, କୁବେର ମଲ୍ଲିକ, ଅଚ୍ୟୁତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସହକାରୀ ଶିକ୍ଷକ ବିନାୟକ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.