csstore

ପାଇକମାଲ ହାଇସ୍କୁଲରେ ଅଭିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଡ଼. ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଏସ୍‌ଏମ୍‌ଡିସି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଟାଇଲ ଚନ୍ଦ୍ର ଭୋଇ, ସିଆର୍‌ସିସି ରଞ୍ଜନ ବାଗ ଯୋଗଦାନ କରି ଛାତ୍ରଛାତ୍ରୀଙ୍କ ଉନ୍ନତି ସକାଶେ ମାର୍ଗ ଦର୍ଶନ ଦେଇଥିଲେ । ବୈଠକରେ ୮୧ ଜଣ ଅଭିଭାବକ ଅଭିଭାବିକା ଯୋଗଦାନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ପାଠରେ ଆଗକୁ ନେବା, ଅପାର୍‌ ଆଇଡ଼ି ପ୍ରସ୍ତୁତି, ପିଲାଙ୍କ ମାନସିକ ଚାପର ଦୂରୀକରଣ, ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରି ଡ୍ରପ ଆଉଟ ହାର ହ୍ରାସ କରିବା, ପରୀକ୍ଷା ପେ ଚର୍ଚ୍ଚାରେ ପଞ୍ଜିକରଣ, ବିଦ୍ୟାଳୟ ବିକାଶ ଯୋଜନା ଇତ୍ୟାଦି ବିଷୟରେ ପ୍ରଧାନ ଶିକ୍ଷକ ଅବଗତ କରାଇ ଥିଲେ । ଏସ୍‌ଏମ୍‌ଡିସିଓ ଅଭିଭାବକ ମାନଙ୍କ ଦ୍ଵାରା ପ୍ରଧାନ ଶିକ୍ଷକଙ୍କ ଉପଲବ୍ଧି ପାଇଁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦ୍ଵାରା ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଡ୍ରେସ୍ ବଣ୍ଟନର ଶୁଭାରମ୍ଭ କରିଥିଲେ । ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ତ୍ରିଲୋଚନ ନାୟକ ମଞ୍ଚ ପରିଚାଳନା ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.