jsm

ଖଣ୍ଡାୟତ କ୍ଷତ୍ରିୟ ମହାସଭାର ସମୀକ୍ଷା ବୈଠକ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ସମୀକ୍ଷା ବୈଠକ ସେକ୍ଟର ୩ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉପଦେଷ୍ଟା ହରିହର ରାଉତରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ସଦସ୍ୟମାନେ ଯୋଗଦେଇ ମହାସଭାର ବିଭିନ୍ନ କାର୍ଯ୍ୟକ୍ରମ ଓ ଆୟବ୍ୟୟର ବିବରଣୀ ଉପରେ ଆଲୋଚନା କରିଥିଲେ । ବିଗତ ଦିନରେ ପୂଜା ଓ ଖଡ୍ଗ ଶୋଭାଯାତ୍ରାରେ ଆୟବ୍ୟୟ, ଜୋନାଲ ମୁଖ୍ୟ ମାନଙ୍କୁ ଅଧିକ ସକ୍ରିୟ ଓ ନୂତନ ସଭ୍ୟଙ୍କୁ ମହାସଭାରେ ସାମିଲ, ନୂତନ ସଭ୍ୟମାନଙ୍କୁ ଅନୁଷ୍ଠାନର ହ୍ୱାଟ୍ସଅପ୍ ଗୃପରେ ସାମିଲ, ଖଡ୍ଗ ଶୋଭାଯାତ୍ରାରେ ମହିଳା ମାନଙ୍କ ଉତ୍ସାହ ଜନକ ଯୋଗଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିପରି ସଭାପତି ଦିଲ୍ଲିପ ରାୟଙ୍କ ଅନୁଷ୍ଠାନକୁ ୧ଲକ୍ଷ ଟଙ୍କା ଦାନ ପାଇଁ ସାଧୁବାଦ୍ ଦିଆଯାଇଥିଲା । ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ, ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ସମେତ ଜଗନ୍ନାଥ ରାଉତ, ଗଙ୍ଗାଧର ନାୟକ, ଚାନ୍ଦମଣୀ ବେହୁରା, ନାରାୟଣ ମହାଳିକ, ସୁଦର୍ଶନ ସାମଲ, ମହେନ୍ଦ୍ର ପ୍ରସାଦ ମଲ୍ଲିକ, ଶମ୍ଭୁନାଥ ପରିଡା, ସନ୍ତୋଷ ପ୍ରଧାନ, ଗଣେଶ ଜୟସିଂହ, ଉଗ୍ରସେନ ବିଶ୍ୱାଳ, ଅବନୀ କୁମାର ବଳ, ରଥିନ୍ଦ୍ର ପ୍ରଧାନ, ସନ୍ତୋଷ ବିଶ୍ଵାଳ, ରଞ୍ଜନ ବିଶ୍ୱାଳ, କିଶୋର ନାୟକ, ସୁବ୍ରତ ମଲ୍ଲିକ, ରବିନାରାୟଣ ପରିଡ଼ା, ଭାନୁପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲାବେଳେ ଶେଷରେ ଜଗନ୍ନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.