pakka

ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

bbehera

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ ଅନ୍ତର୍ଗତ ଯୋଗୀମୁଣ୍ଡା ମଣ୍ଡଳର ମଣ୍ଡଳ ସଭାପତି ଚତୁର୍ମୁଖ ମେହେରଙ୍କ ସଭାପତିତ୍ୱରେ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପଣ୍ଡାମୁଣ୍ଡା ଗ୍ରାମଠାରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଭାଜପାର ପୁର୍ବତନ ଜିଲ୍ଲା ସଭାପତି ତଥା ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ଯୋଗଦାନ କରି କର୍ମୀମାନଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନ ତଥା ସାଂଗଠାନିକ ବିଷୟ ଗୁଡ଼ିକ ଉପରେ ଆଲୋଚନା କରି କର୍ମୀମାନଙ୍କୁ ଏକଯୁଟ ହୋଇ କାମ କରିବାକୁ ଆହ୍ବାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ କୁମାର ଦାଶ, କିଶାନ ମୋର୍ଚ୍ଚା ସଭାପତି ମାଧବ କୁମାର ସାଏ, ପଣ୍ଡାମୁଣ୍ଡା ସରପଞ୍ଚ ଦେବାଶିଷ ପାଣିଗ୍ରାହୀ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ କରମ ସିଂ ସରାପ ଓ ପ୍ରେମାନନ୍ଦ ବାଗ, ଚୁଡାମଣି କୁଅଁର, ମହିଳା ମୋର୍ଚ୍ଚା ସଭପତି ଶ୍ରୀମତୀ ଗୁଳାପି ତରିଆ, ବାଲିପଟା ପଞ୍ଚାୟତ ସମିତି ସଭ୍ୟା ପଦ୍ମାବତୀ, ପ୍ରକାଶ ଅଗ୍ରୱାଲ, ମହାଦେବ ମେହେର, ଭରତ ଭୋଇ, ଦିଲ୍ଲୀପ ସିଂ, ସାଲେପାଲି ସରପଞ୍ଚ ସଉରାଜ ଭୋଇ ମଞ୍ଚାସୀନ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ସୁବାସ ବିଶ୍ୱାଳ ଓ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ରଞ୍ଜୀତ କୁମ୍ଭାର ନିଜ ବକ୍ତବ୍ୟରେ ରାଜ୍ୟ ସରକାରକୁ କଟୁ ସମାଲୋଚନା କରିଥିଲେ । ସଭା ଟିକୁ ବିଶିଷ୍ଟ ଆଦିବାସୀ ନେତା ଓ ସଂଗଠକ ମନବୋଧ ବରିହା ପରିଚାଳନା କରିଥିଲେ । ଶେଷରେ ସମସ୍ତ ଭାଜପା କର୍ମି ଓ ନେତୃବୃନ୍ଦଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ ।

jay balangir
Leave A Reply

Your email address will not be published.

4 × five =

error: Content is protected !!