csstore

ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ପୁର୍ନଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରାଙ୍କ ପ୍ରସ୍ତାବ କ୍ରମେ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦ କ୍ରମେ ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ପୁର୍ନଗଠିତ ହୋଇଯାଇଛି । ସଭାପତି ଭାବେ ଉମାକାନ୍ତ ସାହୁ, କୋଷାଧ୍ୟକ୍ଷ ଲଳିତ କୁମାର ପଟେଲ, ଉପସଭାପତି ଜ୍ୟୋତିଷ ମୁଗ୍ରୀ, ବଜରଂଗ ଅମାତ, ଅନିରୁଦ୍ଧ ବଗର୍ତ୍ତି, ସାଧାରଣ ସଂପାଦକ ସରୋଜ ପଧାନ, ଶ୍ରୀନିବାସ ନାଏକ, ସୁରେଶ ନାଗ, ବଳଦେବ ସେଠ, ଗଦାଧର ମହାପାତ୍ର, ସଂପାଦକ ଭାବେ ହରି ନନ୍ଦ, ଜୟଭାରତ ଭୋଇ, ରଂଜିତା ବାଗ, ଟଙ୍କଧର ନାଏକ, ରାଜ କିଶୋର ମିଶ୍ର, ବିଧୂଭୂଷଣ ବିଶି, ଜମିଦାର ବିଶ୍ୱାଲ, ମୁଖ୍ୟ ଉପଦେଷ୍ଟା ଭାବେ ପିସିସି ବରିଷ୍ଠ ପ୍ରବକ୍ତା ସମରେନ୍ଦ୍ର ମିଶ୍ର, କାର୍ଯ୍ୟକାରୀ ସଭ୍ୟ ଭାବେ ନବକିଶୋର ନାଏକ, ଓମ୍‌ ପ୍ରକାଶ କୁମ୍ଭାର, ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ପୂର୍ବତନ ବ୍ଲକ ସଭାପତି ରାଜ କିଶୋର ବାବୁ, ପୂର୍ବ ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ ଭୋଇ, ଲାଲ ବିହାରୀ କ୍ଷେତି, ସୁଶାନ୍ତ ଷଡଙ୍ଗି, ଫଜୁଲୁଦ୍ଧିନ ଖାନ, ନିମାଇଁ ଷଡଙ୍ଗି, ଅନ୍ନପୂର୍ଣ୍ଣା ମହାକୁର, ବସୁଦେବ ନାଏକ, କିଆଫୁଲ ମହାକୁର ପ୍ରମୁଖ ରହିଛନ୍ତି ଏବଂ ଜିଲ୍ଲା କଂଗ୍ରେସ କମିଟିର ସଂପାଦକ ଭାବେ ବରିଷ୍ଠ କଂଗ୍ରେସ ନେତା ଶୁଶାନ୍ତ ଷଡଙ୍ଗୀ ମନୋନିତ ହୋଇଛନ୍ତି । ନୂତନ ଭାବେ ମନୋନିତ ହୋଇଥିବା ବ୍ଲକ କଂଗ୍ରେସ କମିଟିର ସଦସ୍ୟ ସଦସ୍ୟା, ଅଖିଳ ଭାରତୀୟ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଓଡିଶା କଂଗ୍ରେସ ପ୍ରଭାରି ଡ.ଚେଲା କୁମାର, ପ୍ରଦେଶ କଂଗ୍ରେସ କମିଟି ସଭାପତି ନରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସିର ବରିଷ୍ଠ ପ୍ରବକ୍ତା ସମରେନ୍ଦ୍ର ମିଶ୍ର, ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରି ଆଗାମୀ ଦିନରେ ବଲାଙ୍ଗିର ଜିଲ୍ଲାରେ କଂଗ୍ରେସକୁ ସୁଦୃଢ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

jayashree
Leave A Reply

Your email address will not be published.