csstore

ସାମ୍ବାଦିକ ସଂଘର ବୈଠକ

କଂଟାବାଂଜି, (ମନିଷ କୁମାର ହଂସ) : ସାମ୍ବାଦିକ ସଂଘ କଂଟାବାଂଜିର ବୈଠକ ରବିବାର ଦିନ ସ୍ଥାନୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ଆଗାମୀ ଦିନରେ ସଂଘର ସ୍ଥାୟୀ ଅଫିସ କାର୍ଯ୍ୟାଳୟ ନିର୍ମାଣ କରିବା, ସଂଘର ନିଜସ୍ୱ ପାଣ୍ଠି ବୃଦ୍ଧି ପାଇଁ ସଭ୍ୟ ଚାନ୍ଦା ନିୟମିତ ଦେବା, ସାମ୍ବାଦିକ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ଏବଂ ଅଂଚଳର ବିକାଶ ପାଇଁ ସଂଘର ସଭ୍ୟମାନେ ନିଜ କଲମ ମାଧ୍ୟମରେ ଲୋକ ଲୋଚନକୁ ଆଣିବା ପାଇଁ ପ୍ରସ୍ତାବ ମାନ ଆଗତ ହୋଇଛି । ସଂଘର ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଶୋକ ନାରାୟଣ ଭୋଇ, ଅଭିମନ୍ୟୁ ଥାନାପତି, ହୁଲେଶ୍ୱର ହଂସ, ରାଧେଶ୍ୟାମ ମେହେର, ଶେଖ ସମିମ, ପ୍ରମୋଦ ବେହେରା, ବିନୋଦ ସିଂ, କୁଶଲ ସିଂ ଠାକୁର, ବିଭୁତି ଭୁଷଣ ଦାସ, କୃତିକର ବାଗ, ସଂଜୟ କୁମାର ନାଥ, ମୋହନ ସୋନି, କୈଲାଶ ସଗରିଆ, ଜୀବନାନନ୍ଦ ମହାନ୍ତି, ବିମଲ ଦାସ ସହ ଗୁରୁଦୟାଲ ହଂସ ଉପସ୍ଥିତ ଥିଲେ । ସଭା ଶେଷରେ ସଂପାଦକ ଗୁରୁଦୟାଲ ହଂସ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.