pakka

ଦୀପାଙ୍କ ପ୍ରୟାସରେ ଉଦ୍ଧାର ହେଲେ ତେଲେଙ୍ଗାନାରେ ବନ୍ଧକ ଥିବା ନାବାଳକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ସୁଶ୍ରୀ ଦୀପା ବାରିକ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ପଶ୍ଚିମ ଓଡ଼ିଶାରେ ଚିର ପରିଚିତ ହୋଇ ପାରିଛନ୍ତି । ତାଙ୍କ ପ୍ରୟାସ ଦ୍ୱାରା ତେଲେଙ୍ଗାନାରେ ଇଟାଭାଟି ମାଲିକଙ୍କ କବ୍‌ଜାରେ ବନ୍ଧକ ରହିଥିବା ଏକ ନାବାଳକ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ସୂଚନା ଅନୁଯାୟୀ ନୂଆପଡା ଜିଲ୍ଲା କୋମନା ବ୍ଲକ ଲଖନା ପଞ୍ଚାୟତ ଡେଡେଙ୍ଗା ଗାଁର ଜାମିନୀ ହରିଜନ ଓ ଜଗା ହରିଜନ ତାଙ୍କ ୨ ବର୍ଷର ଶିଶୁପୁତ୍ର ସହ ଗତ ଜାନୁୟାରୀ ମାସରେ ତେଲେଙ୍ଗାନା ରାଜ୍ୟର ନାଳଗୋଣ୍ଡା ଅଞ୍ଚଳକୁ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ । ତାଙ୍କ ସହିତ ଛୋଟ ଶିଶୁକୁ ଦେଖାଶୁଣା କରିବା ପାଇଁ ଜାମିନୀଙ୍କ ସାନଭାଇ ବଲ୍ଲଭ ହରିଜନ(୧୪)କୁ ସାଙ୍ଗରେ ନେଇଥିଲେ । ହେଲେ ଭାଟି ମାଲିକ ନିର୍ୟାତନା ଦେବାରୁ ଗତ ଏକମାସ ପୂର୍ବରୁ ବଲ୍ଲଭକୁ ଛାଡି ତା’ର ଭଉଣୀ ଆଉ ଭିଣୋଇ ଲୁଚି ଚାଲି ଆସିଥିଲେ । ବଲ୍ଲଭକୁ ଭାଟିମାଲିକ ଅନ୍ୟ କାମରେ ଲଗେଇ ରଖିଥିଲା ଯାହା ଦ୍ୱାରା ସେ ଓଡ଼ିଶା ଫେରିପାରିଲା ନାହିଁ । ଅନ୍ୟ ପକ୍ଷରେ ଜାଗା ଓ ଜାମିନୀଙ୍କ ଅଭିଯୋଗ ଅନୁଯାୟୀ ଭାଟିମାଲିକ ବଲ୍ଲଭକୁ ୨ଲକ୍ଷ ଟଙ୍କାରେ ବନ୍ଧକ ରଖିଛନ୍ତି ବୋଲି ଅଭିଯୋଗ କରିଥିଲେ । ଏହି ଖବର ବିଭିନ୍ନ ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ସମୟରେ ଦୀପା ବାରିକଙ୍କ ନଜରକୁ ଆସିଥିଲା । ସେ ଏହି ଘଟଣାର ତଥ୍ୟ ସଂଗ୍ରହ କରି ତେଲେଙ୍ଗାନା ରାଜ୍ୟ ସରକାର, ଓଡ଼ିଶା ସରକାର ତଥା ଉଭୟ ରାଜ୍ୟ ଶ୍ରମ ବିଭାଗ ଏବଂ ପୋଲିସକୁ ଟ୍ୱିଟର ମାଧ୍ୟମରେ ଜଣେଇଥିଲେ । ଏହାପରେ ତେଲେଙ୍ଗାନା ପୋଲିସ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା । ରଚକୋଣ୍ଡା ପୋଲିସ ଦୀପା ବାରିକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ଏବଂ ତାହା ନାଳଗୋଣ୍ଡା ପୋଲିସ ଅଧୀନରେ ଆସୁଥିବା କହି ସେଠାକାର ପୋଲିସଙ୍କ ନମ୍ବର ପ୍ରଦାନ କରିଥିଲେ । ଇତି ମଧ୍ୟରେ ତେଲେଙ୍ଗାନା ରାଜ୍ୟ ଶ୍ରମ ବିଭାଗ ଯୁଗ୍ମ ସଚିବ ଚନ୍ଦ୍ର ଶେଖରମ ରାନ୍ତେଲା ଦୀପାଙ୍କୁ ଯୋଗାଯୋଗ କରିଥିଲେ । ଦୀପାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତଙ୍କ ସାମୁହିକ ପ୍ରୟାସ ପରେ ଇଟା ଭାଟି ମାଲିକ ବନ୍ଧକ ନାବାଳକ ବଲ୍ଲଭ ହରିଜନକୁ ସକୁଶଳେ ତାଙ୍କ ନୂଆପଡା ଜିଲ୍ଲା ଘରକୁ ପଠେଇ ଦେଇଛନ୍ତି । ଏହି ବିଷୟରେ ନାଲଗୋଣ୍ଡା ଗ୍ରାମୀଣ ପୋଲିସ ସୂଚନା ଦେଇଛନ୍ତି ।ବର୍ତ୍ତମାନ ବନ୍ଧକ ନାବାଳକ ଘରକୁ ଫେରିଥିବାରୁ ସମସ୍ତେ ଖୁସି ଅନୁଭବ କରୁଛନ୍ତି । ଦୀପାଙ୍କ ଏହି ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

jay balangir
Leave A Reply

Your email address will not be published.

thirteen + seventeen =

error: Content is protected !!