ବଙ୍ଗୋମୁଣ୍ଡାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଭ୍ୟର୍ଥନା ଗୃହଠାରେ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ପ୍ରଣୟ ମୁର୍ମୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଟ୍ରାଫିକ ସମସ୍ୟା, ଜୁଆ ସଟା, ବେଆଇନ ମଦ ବିକ୍ରି, ଚୋରି ଡ଼କାୟତି ଆଦି ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଏହି ସବୁ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା । ଏଥିରେ ଏସ୍‌ଆଇ ପଞ୍ଚାନନ ନେଗୀ, ମାରୁତ ଚନ୍ଦ୍ର ପ୍ରଧାନ, ଏଏସ୍‌ଆଇ ନେତ୍ରଭାନୁ ଡ଼ନସନା, କନକ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ବଙ୍ଗୋମୁଣ୍ଡା ଥାନା ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧିମାନେ ସାମିଲ ହୋଇଥିଲେ । ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, ବେଲପଡା ସରପଞ୍ଚ ଖରତ ବାଗ, ସମିତି ସଭ୍ୟ ମୁରଲୀ କୁମ୍ଭାର, ଯୋଗେଶ୍ୱର ବେହେରା, ହର ମେହେର, ନୀଳକଣ୍ଠ ବାରିକ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.