oom

ଆଦିବାସୀ ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsmm

ମ.ରାମପୁର, (ହେମନ୍ତ ସାହୁ) : ଆଦିସ୍କନ୍ଦ ସମାଜ ମ.ରାମପୁର ବ୍ଲକର କାର୍ଯ୍ୟକାରିଣୀ ବୈଠକ ବୁରାଟଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୯ଟି ପଂଚାୟତ ସ୍ତରୀୟ ସଭାପତି, ସମ୍ପାଦକ ବ୍ଲକ କମିଟି ସଭ୍ୟ ଉପସ୍ଥିତ ଥିଲେ । ବ୍ଲକ ସଭାପତି ପଦମ ସିଂ ମାଝୀଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇ ଆଗାମୀ ଅଗଷ୍ଟ ୯ ତାରିଖ ବିଶ୍ୱ ଆଦିବାସୀ ଦିବସ ପାଳନ ଉପଲକ୍ଷେ ବ୍ଲକର ସମସ୍ତ ପଂଚାୟତ ସ୍ତର ଓ ଗ୍ରାମ ସ୍ତରରେ ବିଶ୍ୱ ଆଦିବାସୀ ଦିବସ ପାଳନ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି । ବିଶ୍ୱ ଆଦିବାସୀ ଦିବସ ଦିନ ଦିବଙ୍ଗତ ଆଦିବାସୀ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି, କନ୍ଧଭାଷା, ସଂସ୍କୃତି, ଦେବାଦେବୀଙ୍କ ପୂଜାପୀଠର ସୁରକ୍ଷା, ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା, ଅର୍ଥନୈତିକ ବିକାଶ, ଜଙ୍ଗଲ, ଜମିନ୍‌ର ଅଧିକାର ଓ ସୁରକ୍ଷା, ମେଡିକାଲ, ଇଞ୍ଜିନିୟରିଂରେ ସିଟ ସଂରକ୍ଷଣ, ଯୁକ୍ତ ଦୁଇ, ଆଇଟିଆଇ, ଡିପ୍ଲୋମାରେ ଆଡମିଶନ ଫି ଛାଡ, କରୋନା କାଳରେ ଆଦିବାସୀ ପରିବାରଙ୍କୁ ସ୍ୱତନ୍ତ୍ର ୧୦ହଜାର ଟଙ୍କା ପ୍ୟାକେଜ, ଆଦିବାସୀ ଦିବସକୁ
ସରକାରୀ ଛୁଟି ଘୋଷଣା ଇତ୍ୟାଦି ବିଷୟ ଉପରେ ଆଲୋଚନା କରାଯାଇ ସରକାରଙ୍କୁ ତହସିଲଦାର ମ.ରାମପୁରଙ୍କ ଜରିଆରେ ଦାବୀ ପ୍ରଦାନ ପାଇଁ ସ୍ଥିର କରାଯାଇଛି ଏବଂ ଏହି ବୈଠକରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦିବାସୀ ଦିବସକୁ ସରକାରୀ ଛୁଟି ଘୋଷଣା କରିବା ପାଇଁ ନିବେଦନ କରାଯାଇଛି । ବୈଠକରେ ସମ୍ପାଦକ ଦ୍ରୌଣାଚାର୍ଯ୍ୟ ମାଝୀ, ଉପସଭାପତି ଧରସିଂ ମାଝୀ, ଦାଶରଥି ମାଝୀ, କ୍ଷେତ୍ରୀ ମାଝୀ, ଭୁପିନ୍ଦ୍ର ମାଝୀ, ବୈକୁଣ୍ଠ ମାଝୀ,
ବାରୁ ମାଝୀ, କୃପାଚନ୍ଦ୍ର ଭୋଇ, ବେଣୁଧର ମାଝୀ, ସୁଦର୍ଶନ ମାଝୀ, ଅଭିମନ୍ୟୁ ମାଝୀ, ସାଧୁ ମାଝୀ, ଲୋଚନ ଧରୁଆ, ଦ୍ୱିତୀୟାବାନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ସମାଜ ଗୃହ ନିର୍ମାଣ ନିମନ୍ତେ ସାଧୁ ମାଝୀ, ନି-ବୁରାଟ ସମାଜକୁ ୧୫ ଡିସିମିଲ ଜମି ପ୍ରଦାନ କରିଥିବାରୁ ସମାଜ ପକ୍ଷରୁ ତାଙ୍କୁ ସାଧୁବାଦ ଅର୍ପଣ କରାଯାଇଥିଲା ।

jittmm
Leave A Reply

Your email address will not be published.