pr

ଲାୟନ୍ସ କ୍ଲବ୍ ପଦମପୁରର ଶୀତଳ ଷଷ୍ଠୀ ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଲାୟନ୍ସ ଭବନ ପରିସରରେ ଲାୟନ୍ସ ପ୍ରୀତମ ମେହରଙ୍କ ସଭାପତିତ୍ୱରେ ଚଳିତ ବର୍ଷର ଶୀତଳ ଷଷ୍ଠୀ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେହେତୁ ପ୍ରବଳ ଗରମରେ ଶୋଭାଯାତ୍ରାଟି ଅନୁଷ୍ଠିତ ହେବା ସହ ବହୁ ଲୋକଙ୍କର ସମାଗମ ହୋଇଥାଏ ସେ ସବୁକୁ ଆଖି ଆଗରେ ରଖି ଆସନ୍ତା ୩୧ ମଇ ଶନିବାର ଦିନ ଥଣ୍ଡା ସର୍ବତ ବଣ୍ଟନ କଚେରୀ ଛକ ଠାରେ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଏହି ସଭାରେ ଲାୟନ୍ସ ବେଣୁ ମାଧବ ଦୋରା, ଲାୟନ୍ସ ଚିତ୍ତରଞ୍ଜନ ଦାଶ, ଲାୟନ୍ସ ବିନୋଦ ବିହାରୀ ମିଶ୍ର, ଲାୟନ୍ସ ସୌମ୍ୟଜିତ୍ ପାଢ଼ୀ, ଲାୟନ୍ସ ହିମାଂଶୁ ଯୋଶୀ, ଲାୟନ୍ସ ସଦାନନ୍ଦ ପୁରୋହିତ ଓ ଅନ୍ୟ ସଭ୍ୟ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

nrusinghnath
Leave A Reply

Your email address will not be published.