om academy

ପାଟଣାଗଡ଼ ପ୍ରସିଦ୍ଧ ବଏଲ୍‌ ଯାତ୍ରାକୁ ନେଇ ପ୍ରଶାସନ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ : ୧୪୪ ଧାରା ଜାରି

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ର ପ୍ରସିଦ୍ଧ ବଏଲ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ପାଟଣାଗଡ଼ରେ ଆସନ୍ତା ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ଶାରଦୀୟ ବଏଲ୍‌ ଯାତ୍ରା ପାଇଁ ସମସ୍ତଙ୍କର ସହଯୋଗ ଏବଂ କୋଭିଡ କଟକଣା ନିୟମ ଅନୁଯାୟୀ ବଏଲ ଯାତ୍ରା ସମୟରେ ୧୩ ତାରିଖ ସନ୍ଧ୍ୟା ୫ ଘଣ୍ଟାରୁ ୧୪ ତାରିଖ ସକାଳ ୧୨ ଘଣ୍ଟା ପର୍ଯ୍ୟନ୍ତ ସହରରେ ୧୪୪ ଧାରା ଲାଗୁ କରିବା ସହ ସହରର ବିଭିନ୍ନ ୧୪ ଟି ସ୍ଥାନରେ ବ୍ୟାରିକେଡ଼ ବ୍ୟବସ୍ଥା ରହିଛି ଏବଂ ସୀମିତ ସେବାୟତଙ୍କ ଦ୍ଵାରା ଯାତ୍ରା ଅନୁଷ୍ଠିତ ହେବ ବୋଲି ଉପଜିଲ୍ଲାପାଳ ଶ୍ରୀ ସେଠୀ କହିଥିବା ବେଳେ ୩ ପ୍ଲାଟୁନ ଫୋର୍ସ ସହ ସଶସ୍ତ୍ର ପୋଲିସ ବାହିନୀ ମଧ୍ୟ ମୁତୟନ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି । ସହକାରୀ ଉପଜିଲ୍ଲାପାଳ କ୍ଷିରୋଦ ଚନ୍ଦ୍ର ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଉପଖଣ୍ଡର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଶେଷରେ ସହକାରୀ ଉପଜିଲ୍ଲାପାଳ କ୍ଷିରୋଦ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.