ଆନ୍ଦୋଳନରତ ବଲାଙ୍ଗିର ଆୟୁର୍ବେଦିକ କଲେଜ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ଏବଂ ବଲାଙ୍ଗିର ପୌର ଅଧ୍ୟକ୍ଷା ଲିକା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ଦୋଳନରତ ବଲାଙ୍ଗିର ଆୟୁର୍ବେଦିକ କଲେଜ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଯୁବନେତା ତଥା ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଏବଂ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଦୀର୍ଘ ଆଠ ଦିନ ହେଲା ଆୟୁର୍ବେଦିକ ଛାତ୍ରଛାତ୍ରୀମାନେ ବିଭିନ୍ନ ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆୟୁର୍ବେଦିକ ଡାକ୍ତରୀ ଛାତ୍ରଛାତ୍ରୀ । ତେବେ ସେମାନଙ୍କ ଦାବୀ ପୂରଣ ନ ହେଲେ ଆଗକୁ ଆହୁରି ଜୋର୍‌ସୋର୍‌ ଆନ୍ଦୋଳନ ହେବ ବୋଲି ଆୟୁର୍ବେଦିକ ଡାକ୍ତରୀ ଛାତ୍ରଛାତ୍ରୀ ସରକାରଙ୍କ ଚେତାବନୀ ଦେଇଥିବା ବେଳେ ଆଜି ଅପରାହ୍ନରେ ଯୁବନେତା ତଥା ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଏବଂ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ଦାବୀ ତଥା ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି । ବଲାଙ୍ଗିରରୁ ଦେବାଶିଷ ମିଶ୍ରଙ୍କ ରିପୋର୍ଟ, କୋଶଳ ପ୍ରବାହ ।

Leave A Reply

Your email address will not be published.