pakka

ଆର୍‌ପିଭିଏ ଓ ପାଓ ପକ୍ଷରୁ ଦୁଇଦିନିଆ କର୍ମଶାଳା ଆୟୋଜିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଫୋଟୋଗ୍ରାଫରସ୍‌ ଓ ଭିଡିଓଗ୍ରାଫର୍ସ ଆସୋସିଏସନ୍‌ ବା (ଆର୍‌ପିଭିଏ) ଓ ଫୋଟୋଗ୍ରାଫିକ ଆସୋସିଏସନ୍‌ ଅଫ୍‌ ଓଡ଼ିଶା(ପିଏଓ)ର ମିଳିତ ଆନୁକୂଲ୍ୟରେ ଏକ ଦୁଇଦିନିଆ ସିନେମାଟିକ ଭିଡିଓ କର୍ମଶାଳା ଆୟୋଜିତ ହୋଇଯାଇଛି । ୨୪ ଓ ୨୫ ତାରିଖ ଦୁଇଦିନ ଧରି ଏହି କର୍ମଶାଳା ଆୟୋଜିତ ହୋଇଯାଇଛି । ୨୪ ତାରିଖରେ ସ୍ଥାନୀୟ ରାଧିକା ରିଜେନ୍ସିରେ ବିବାହ ଭିତ୍ତିକ ଲାଇଭ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ରାଉରକେଲା ସହିତ ଆଖପାଖ ଅଞ୍ଚଳର ବିଭିନ୍ନ ବର୍ଗର ଫୋଟୋଗ୍ରାଫରସ୍‌ମାନେ ଯୋଗଦେଇ ଫୋଟୋ ଓ ଭିଡିଓଗ୍ରାଫି ସମ୍ପର୍କିତ ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଅବଗତ ହୋଇଥିଲେ । ସେହିଭଳି ୨୫ ତାରିଖ ଦିନ ସେକ୍ଟର-୨ ସ୍ଥିତ ସାହାନଇ ମଣ୍ଡପଠାରେ ହୋଇଥିବା କର୍ମଶାଳାରେ ଭିଡିଓ ଏଡିଟିଙ୍ଗ ସମ୍ପର୍କରେ ବିଭିନ୍ନ ଶିକ୍ଷା ଦିଆଯାଇଥିଲା । ଏହା ସହିତ କୋଏଲ ନଗର ଫିଟନେସ ପାର୍କଠାରେ ବିବାହ ପୂର୍ବ ସୁଟିଙ୍ଗ ସମ୍ପର୍କିତ କୌଶଳ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଆସିଥିବା ପ୍ରଶିକ୍ଷକ ତଥା ପାଓର ସହ ସମ୍ପାଦକ ମିଥୁନ କୁମାର ଜେନା କ୍ୟାମେରା ଚାଳନାର ବିଭିନ୍ନ କଳା ଓ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ପାଓର ପଶ୍ଚିମ ଓଡ଼ିଶା ପ୍ରଭାରୀ ରମାକାନ୍ତ ସ୍ୱାଇଁ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ପାଓର ସାଧାରଣ ସମ୍ପାଦକ ଗୌରୀ ଶଙ୍କର ମହାକୁଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଲୋକ ସମ୍ପର୍କ ବିଭାଗର ସମ୍ପାଦକ ପ୍ରକାଶ କୁମାର ଦଳାଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ସହିତ ପାଓର ପୁରୀ ଜିଲ୍ଲା ଭାରପ୍ରାପ୍ତ ଅଧିକାରୀ ତଥା କାର୍ଯ୍ୟକାରୀ ସଦସ୍ୟ ମନୋରଞ୍ଜନ ରଣା ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ରାଉରକେଲା ସହରରେ ପ୍ରଥମ ଥର ପାଇଁ ଲାଇଭ ବିବାହ କର୍ମଶାଳା ଆର୍‌ପିଭିଏ ଦ୍ୱାରା ଆୟୋଜିତ ହୋଇଥିଲା । ଏଥିରେ ବିଭିନ୍ନ ବର୍ଗର ମଡେଲମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏଥିରେ ଫେମ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟର ପ୍ରତିଷ୍ଠାତା ହୃଶିକେଶ ମହାପାତ୍ରଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଫୋଟୋଗ୍ରାଫର୍ସଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଆର୍‌ପିଭିଏର ସଭାପତି ମକ୍‌ସୁଦ ଆଲାମଙ୍କ ସମେତ ବିନୋଦ କୁମାର, ସଞ୍ଜୟ ପ୍ରଧାନ, ରମାକାନ୍ତ ସ୍ୱାଇଁ, ଦେବାଶିଷ ମହାନ୍ତି, ଶିଶିର ମହାନ୍ତି, ପି ସତ୍ୟନାରାୟଣ , ପ୍ରିୟବ୍ରତ ମହାରଣା ଓ ବିନୋଦ କୁମାର ରାୟ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ନବକୃଷ୍ଣ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

7 + 2 =

error: Content is protected !!