pakka

କ୍ଷତି ଚାଷର ବୀମା ଟଙ୍କା ପ୍ରଦାନ ପ୍ରକ୍ରିୟା ଆରମ୍ଭ : ବ୍ଲକର ୨୬ ପଞ୍ଚାୟତରୁ ମାତ୍ର ୧୧ଟି ପଞ୍ଚାୟତର ଚାଷୀ ପାଇବେ କ୍ଷତିପୂରଣ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବିଳମ୍ବରେ ହେଲେ ମଧ୍ୟ ୨୦୨୧ ଖରିଫ ଋତୁରେ ଚାଷୀମାନେ କରିଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କ୍ଷତି ପୂରଣ ପାଇବାର ଆଶା ଦେଖାଯାଇଛି । ହେଲେ ଦେଓଗାଁ ବ୍ଲକର ୨୬ଟି ପଞ୍ଚାୟତର ଚାଷୀ ବୀମା କରିଥିବା ବେଳେ ମାତ୍ର ୧୧ଟି ପଞ୍ଚାୟତର ଚାଷୀମାନେ କ୍ଷତିପୂରଣ ପାଇବେ ବୋଲି ଜଣାପଡ଼ିବା ପରେ ଚାଷୀମାନଙ୍କ ମନରେ ନା ନା ପ୍ରକାର ପ୍ରଶ୍ନ ଆରମ୍ଭ ହୋଇଛି । ସୂଚନା ଅନୁସାରେ ୨୦୨୧ ଖରିଫ ଋତୁରେ ଠିକ୍‌ ସମୟରେ ବର୍ଷା ହୋଇନାହିଁ । ଯଦିଓ ବୃଷ୍ଟିପାତ ଠିକ୍‌ ଅଛି । ଚାଷୀର ଚାଷ କ୍ଷତି ପରେ ବର୍ଷା ହୋଇଥିଲା । କୃଷି ବିଭାଗ, ରାଜସ୍ୱ ବିଭାଗ ଓ ଟେକ୍‌ନିକାଲ ବିଭାଗ ପକ୍ଷରୁ ଯେଉଁ କ୍ରପ କଟିଙ୍ଗ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି ତାହା କେତେ ଦୂର ଆଇନଗତ ବୋଲି ପ୍ରଶ୍ନ ଉଠିଛି । ଗୋଟିଏ ବ୍ଲକ, ଗୋଟିଏ ସମାନ ଜଳବାୟୁ, ଗୋଟିଏ ଜମିରେ ଚାଷ କରାଯାଇଥିଲେ ମଧ୍ୟ କିଏ ବୀମା ଟଙ୍କା ପାଇବ ତ କିଏ ପାଇବ ନାହିଁ ବୋଲି ଅସନ୍ତୋଷ ଦେଖାଦେଇଛି । ଦେଓଗାଁ ବ୍ଲକର ୨୬ଟି ପଞ୍ଚାୟତ ମଧ୍ୟରୁ ୧୧ଟି ପଞ୍ଚାୟତ ଯଥା ଉଡ଼ାର, ଉପରଝର, ସିଂହାମୁଣ୍ଡା, ସାରସମାଲ, ମହଲାଇ, ଲଣ୍ଡାପଥର, କୁତୁର୍ଲା, ଜରାସିଂହା, ଧଣ୍ଡାମାଲ, ବ୍ରାହ୍ମଣୀଯୋର, ବଡ଼ବନ୍ଧ ପଞ୍ଚାୟତର ଚାଷୀମାନେ ବୀମା ଟଙ୍କା ପାଇବା ପାଇଁ ଯୋଗ୍ୟ ହୋଇଥିବା ବେଳେ ୧୫ଟି ପଞ୍ଚାୟତ ଯଥା ଦେଓଗାଁ, ବନ୍ଧପଡ଼ା, ଦେଷଣ୍ଢ, ଡ଼ୁମେରପିଟା, ଗାଈବାହାଲ, ଗୌଡ଼ଗୋଠ, ଘୁଡ଼ଖାପଲା, ହାତୀସରା, କୁଲତାପଡ଼ା, ମକୁନ୍ଦପୁର, ରାମଚନ୍ଦ୍ରପୁର, ସାଲେପାଲି, ସିକୁଆଁ, ଅର୍ଜୁନପୁର, ବଡ଼ବାହାଲ ପଞ୍ଚାୟତର ଚାଷୀମାନେ ବୀମା ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

19 − 11 =

error: Content is protected !!