
ବଲାଙ୍ଗିର, (କେପିଏନ୍ଏସ୍) : ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଉପଲକ୍ଷେ ଆସନ୍ତା ୧୧.୦୮.୨୦୨୬ ରିଖ ଦିନ ଏକ ଭବ୍ୟ ରାଲିର ଆୟୋଜନ କରାଯାଉଛି । ଏହି ରାଲି ପୂର୍ବାହ୍ନ ୧୦:୦୦ ଟାରେ ବଲାଙ୍ଗିର ସର୍କିଟ ହାଉସରୁ ଆରମ୍ଭ ହୋଇ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ, ଭାଗିରଥୀ ଛକ ଏବଂ ମହିଳା ମହାବିଦ୍ୟାଳୟ ଛକ ଦେଇ ମହିଳା ମହାବିଦ୍ୟାଳୟ, ବଲାଙ୍ଗିରଠାରେ ଉଦ୍ଯାପିତ ହେବ । ରାଲି ଶେଷ ହେବା ପରେ ମହିଳା ମହାବିଦ୍ୟାଳୟ ପରିସରରେ ପୂର୍ବାହ୍ନ ୧୧:୩୦ରେ ଏକ ସ୍ୱତନ୍ତ୍ର ବୈଠକ ଏବଂ ଦେଶପ୍ରେମ ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆପଣମାନଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହାର ବ୍ୟାପକ ପ୍ରଚାର ଓ ପ୍ରସାର କରିବାରେ ସହଯୋଗ କରିବେ ।