pakka

ଅଟଳ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳିତ

  • ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ପ୍ରଥମ ‘ଅଟଳ ସମ୍ମାନ’

ବଲାଙ୍ଗିର, (କେପିଏନଏସ୍) : ସ୍ଥାନୀୟ ପିପି ଏକାଡେମୀ ସ୍କୁଲ ପରିସରରେ ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଜୟନ୍ତୀ ପାଳିତ ହୋଇଯାଇଛି । ବଲାଙ୍ଗିର ଏଡିଏମ୍‌ଓ ଅନ୍ତ ନାରାୟଣ ସିଂ ଲାଗୁରି ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସ୍ମୃତି କମିଟିର ଆବାହକ ଜୟକୃଷ୍ଣ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶଲାବୁଢା ଫିଲ୍ମ ନିର୍ମାତା ତଥା ଖ୍ୟାତିନାମା ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ମନୋରଂଜନ ଯୋଷୀ, ଜଗଦାନନ୍ଦ ଛୁରିଆ, ସ୍ମୃତି କମିଟି ସଂପାଦକ ସଂଗିତା ଦାଶ ମଞ୍ଚାସୀନ ଥିବା ବେଳେ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର କହିଥିଲେ ସ୍ୱର୍ଗତ ଅଟଳଙ୍କୁ ଯୁବବସ୍ଥାରେ ସମ୍ବଲପୁର ନାଟ୍ୟକଳା ଉତ୍ସବରେ ଦେଖିଥିଲି । ତା ପରେ ସିଧା ୧୫ ବର୍ଷ ପରେ ଦେଖି କଥାବାର୍ତ୍ତା ହୋଇଥିଲୁ । ତାଙ୍କ ଯୁବ ସୁଲଭ ଜୋସ୍ ଦେଖି ତାଙ୍କୁ ଫିଲ୍ମରେ ଅଭିନୟ କରିବାକୁ ପ୍ରସ୍ତାବ ଦେଇଥିଲି । ଫିଲ୍ମରେ ସେ ନିଜର ନିଖୁଣ ଅଭିନୟ ପ୍ରଦର୍ଶନ କରିଥିଲେ । ସେହିପରି ସମ୍ମାନିତ ଅତିଥି ଶ୍ରୀ ଯୋଷୀ ଆମ ଅଂଚଳର କଳା ସଂସ୍କୃତି ସବୁବେଳେ ଆଗରେ ରହିଛି । ସ୍ୱର୍ଗତ ଅଟଳ ପଣ୍ଡା କଳା ସଂସ୍କୃତିକୁ ଭଲ ପାଉଥିବା ଜଣେ ବିରଳ ବ୍ୟକ୍ତିତ୍ୱ । ତାଙ୍କ ଜନ୍ମୋତ୍ସବରେ ଆମେ କିଭଳି ଅଟଳଙ୍କ ଭଳି ଅନେକ ପ୍ରତିଭାଙ୍କୁ ଆମ ଅଂଚଳର ଚିହ୍ନଟ କରି ଆଗକୁ ନେବା ସେ ଦିଗରେ ଚେଷ୍ଟିତ ହେବାକୁ ପଡିବ ବୋଲି କହିଥିଲେ । ସଙ୍ଗୀତା କଳା ଜଗତ ର ଧ୍ରୁବତାରା ଅଟଳ ପଣ୍ଡା ବଲି ବକ୍ତବ୍ୟ ରଖିଥିଲେ l ପୁଷ୍ପାଞ୍ଜଳି ବେହେରା ଓ ରାଜମଣି ସାହୁ ସ୍ୱର୍ଗତ ଅଟଳଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ଅଟଳ ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ଦୁଇଟି ଭିଡିଓ ଆଲବମ ଓ ତାଙ୍କ ଲିଖିତ ଦୁଇଟି ଆତ୍ମଜୀବନୀ ‘ବାନ୍ଦୁ ଉବାଚ’ ଓ ‘ଅଟଳ’ ‘ଅଟଲ ପଣ୍ଡା ଆମର ଶଳାବୁଢା’ ଏବଂ ‘ଅଟଲ ପଣ୍ଡା ଅମର ରହେ’ ର ଲୋକର୍ପଣ ହୋଇଥିଲା । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ପ୍ରଥମ ‘ଅଟଳ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଭିଡିଓ ଆଲବମରେ କାମ କରିଥିବା ବିଭୁତି ପଟ୍ଟନାୟକ, ବ୍ୟାସଦେବ ପୁରୋହିତ, ନୁର ବେଗମ, ପ୍ରତିଭାରାଣୀ ଭୁଏ, ପ୍ରୀତନନ୍ଦ ମିଶ୍ର, ପଦ୍ମିନୀ ଦୋରା, ସର୍ବେଶ୍ୱର ଭୋଇ, ଶତ୍ରୁଘ୍ନ ଲୁହା, ତୁଳାରାମ କଲେଟ, ବିରଂଚି ନାରାୟଣ ମେହେର, ଘନଶ୍ୟାମ ମେହେର, ଯତୀନ୍ଦ୍ର ପ୍ରଧାନ, ରତନ ପୂଜାରୀ, ଜେ.ପି. ସାହୁ, ସୌମ୍ୟରଂଜନ ପୂଜାରୀ, ମନ ମେହେର, ଶାଶ୍ୱତ ତ୍ରିପାଠୀ, ଅଶ୍ୱିନୀ ପଣ୍ଡା, ସୁଧାଂଶୁ ଶେଖର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ପରେ ଓଡିଶା ସଂସ୍କୃତିକ ବିଭାଗ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରିସ୍କା କୋଚିଂ ସେଣ୍ଟର ଓ ଡିଏସ୍ ଅନୁଷ୍ଠାନ ଛାତ୍ର ଛାତ୍ରୀ ଶଲାବୁଢାର ଗୀତ ପରିବେଷଣ କରିଥିଲେ । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଶୁଭେଚ୍ଛା ବାର୍ତ୍ତl ଦେଇଥିଲେ । ଶେଷରେ ସର୍ବେଶ୍ୱର ଭୋଇଙ୍କ ଗୀତରେ ଆୟୋଜନ କମିଟିକୁ ମନୋରଂଜନ କରିଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଶାନ୍ତ ମହାକୁର, ନବଘନ ଦାଶ, ସୋମନାଥ ମିଶ୍ର, ଲଳିତ ପୁଝାରୀ, ସତ୍ୟବ୍ରତ ପୁଟେଲ, ଚକ୍ରପାଣି ମିଶ୍ର, ବିନୋଦ କାଲସାଏ, ରାମ ଦାଶ, ବାସୁଦେବ ସା, ମିଲି ବାରିକ, ସଂଜିବ ସାହୁ, ଅଭିଷେକ ଦାଶ ପ୍ରମୁଖ ସହଯୋଗ କରିଥିବା ବେଳେ କପିଳେଶ୍ୱର ଖମାରୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

19 − nine =