ରୋଗୀ ଆଣିବାକୁ ଯାଇ ବାଟରେ ଅଟକିଲା ଆମ୍ବୁଲାନ୍ସ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ସାହାଜପିଟା ଗ୍ରାମକୁ ରୋଗୀ ଆଣିବାକୁ ଯାଉଥିବା ବେଳେ ରାସ୍ତାରେ ଅଟକି ରହି ଯାଇଥିଲା ଆମ୍ବୁଲାନ୍ସ । ସୂଚନା ଅନୁଯାୟୀ ସାହାଜପିଟା ଗ୍ରାମର ରୋଗୀ ଧରିତ୍ରୀ ରଣାଙ୍କୁ ହସପିଟାଲ ନେବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା । ତେବେ ବୀରାମୁଣ୍ତା ଠାରୁ ସାହାଜପିଟା ବନ ବିଭାଗ ରାସ୍ତାରେ ଗାତ ସୃଷ୍ଟି ହୋଇଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇ ନପାରି ରାସ୍ତାରେ ଅଟକି ରହିଥିଲା । ସ୍ୱାମୀ ପୁରୁଷୋତ୍ତମ ରଣା ୧କିମି ଯର୍ୟ୍ୟନ୍ତ ବାଇକ ସହାୟତାରେ ରୋଗୀକୁ ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇବା ପରେ ହସପିଟାଲ ନେଇଥିଲେ । ଲୋକଙ୍କ ସୁବିଧା ଦୃଷ୍ଟିରୁ ବିଭାଗୀୟ ଅଧିକାରୀ ଉକ୍ତ ରାସ୍ତା ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.