ଡାକ୍ତରଙ୍କୁ ଡାକିଲେ, ନର୍ସଙ୍କୁ ଗୁହାରି କଲେ କିନ୍ତୁ କେହି ଆସିଲେନି : ଦୀର୍ଘ ୫୦ ମିନିଟ୍ ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ, ସାଧାରଣରେ ଅସନ୍ତୋଷ

ଖଡିଆଳ, (ନିରାକାର ମେହେର) : ଡାକ୍ତରଙ୍କୁ ଡାକିଲେ, ନର୍ସଙ୍କୁ ଗୁହାରି କଲେ କିନ୍ତୁ କେହି ଆସିଲେ ନାହିିଁ । ଦୀର୍ଘ ୫୦ ମିନିଟ୍ ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖଡିଆଲଥାନା ଜୁନାନୀ ଗ୍ରାମରେ । ସୂଚନା ଅନୁସାରେ ଖଡିଆଳ ଥାନା ଜୁନାନୀ ଗ୍ରାମର ରୁପାକାନ୍ତି ମାଝୀ ପାଞ୍ଚ ମାସର ପ୍ରସୂତି ଜନିତ ଯନ୍ତ୍ରଣା ପରେ ପ୍ରଥମେ ଖଡିଆଳ ସବ ଡିଭିଜନାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ସେଠାରେ ପ୍ରସୂତି ବିଭାଗ ଡାକ୍ତରଙ୍କ ଅନୁପସ୍ଥିତିରୁ ତାଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ୧୦୨ ଆମ୍ବୁଲାନ୍ସ ଯୋଗେ ନୂଆପଡା ମୁଖ୍ୟ ଚିକିତ୍ସାଳୟ ପହଞ୍ଚି ଆମ୍ବୁଲାନ୍ସରୁ ଓହ୍ଲେଇବା ବେଳକୁ ମହିଳାଙ୍କର ହଠାତ ପାଞ୍ଚ ମାସର ଶିଶୁ ଗର୍ଭପାତ ହୋଇ ଯାଇଥିଲା । ପ୍ରସୂତି ମହିଳାଙ୍କ ସୁରକ୍ଷା ପାଇଁ ଆଶା କର୍ମୀ, ସ୍ୱାସ୍ଥ୍ୟକର୍ମୀ ଓ ଆମ୍ବୁଲାନ୍ସ କର୍ମଚାରୀ ନର୍ସ ଦିଦିମାନଙ୍କୁ ଗୁହାରୀ କରିଥିବା ବେଳେ କେହି ଆସି ନଥିଲେ । ଡାକ୍ତରଙ୍କ ଦେଖା ନଥିବା ବେଳେ ଯେମିତି ସେମିତି ଉପରକୁ ନେଇଆସ ବୋଲି ନର୍ସ ଦିଦି ପରାମର୍ଶ ଦେଇଥିଲେ । ପରେ ଜିଲ୍ଲା ଚିକିତ୍ସାଳୟ ଅଧିକାରୀଙ୍କ ଠାରେ ଫେରାଦ ହେବା ପରେ ଦୀର୍ଘ ୫୦ ମିନିଟ କାଳ ବାହାରେ ଯନ୍ତ୍ରଣାରେ ଛଟପଟ ହେବ‍ା ପରେ ପ୍ରସୂତି ମହିଳାଙ୍କୁ ଚିକିତ୍ସାଳୟ ଭିତରକୁ ନିଆଯାଇଥିଲା । ରାତି ୧ଟା ୧୫ରେ ଜିଲ୍ଲା ଚିକିତ୍ସା ଅଧିକାରୀ ଏସ୍‌ଆର୍ ନାଏକ ପହଞ୍ଚି ନିଜେ ହସ୍ତକ୍ଷେପ କରି ଚିକିତ୍ସା ଆରମ୍ଭ କରିଥିବା ବେଳ ତଦନ୍ତ କରି ଦୋଷି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.

sixteen − eight =