csstore

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣ୍ଡାବଜା କଳାକାର ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣ୍ଡାବଜା କଳାକାର ଚିହ୍ନଟ ପ୍ରକିୟା ଆରମ୍ଭ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀଙ୍କୁ ଏ ସଂକ୍ରାନ୍ତରେ ପଚରା ଯିବାରୁ କହିଛନ୍ତି ଯେ, ୭ଟି ବ୍ଲକ୍‌ ଓ ବଲାଙ୍ଗିର ମ୍ୟୁନିସିପାଲିଟିରେ ଗଣ୍ଡାବଜା କଳାକାର ଚିହ୍ନଟ ସମାପ୍ତ ହୋଇଯାଇଛି । ବାକି ବ୍ଲକ୍‌ର କାମ ମଧ୍ୟ ଶୀଘ୍ର ହୋଇଯିବ । ମିଳିଥିବା ସୂଚନା ଅନୁସାରେ ପାଟଣାଗଡ଼ ବ୍ଲକ୍‌ରୁ ୧୬୩ ଜଣ, ତୁରେକେଲା ବ୍ଲକ୍‌ରୁ ୨୭୭ ଜଣ, ପୁଇଁନ୍ତଲା ବ୍ଲକ୍‌ରୁ ୧୧୩ ଜଣ, ମୁରିବାହାଲ ବ୍ଲକ୍‌ରୁ ୨୫୭ ଜଣ, ସଇଁନ୍ତଲା ବ୍ଳକ୍‌ରୁ ୧୪୬ ଜଣ, ଟିଟିଲାଗଡ଼ ବ୍ଲକ୍‌ରୁ ୨୦୫ ଜଣ, ବଙ୍ଗୋମୁଣ୍ଡା ବ୍ଳକ୍‌ରୁ ୨୫୭ ଜଣ ଓ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୬ ଜଣଙ୍କୁ ଚିହ୍ନଟ କରାଯାଇଛି । ତେବେ ଗଣ୍ଡାବଜା କଳାକାରମାନଙ୍କୁ ସଂଗଠିତ କରି ସେମାନଙ୍କ ଉନ୍ନତି ସକାଶେ ଘୂର୍ଣ୍ଣାୟମାନ ପାଣ୍ଠିର ବ୍ୟବସ୍ଥା କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଥିବା ସୂଚନାରେ କୁହାଯାଇଛି ।

jayashree
Leave A Reply

Your email address will not be published.