csstore

୩୮ତମ ଧନୁଯାତ୍ରା ମହୋତ୍ସବ ପାଇଁ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୩୮ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଅବସରରେ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା, ଗୀତ, ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଧନୁଯାତ୍ରା କମିଟିର ସାଂସ୍କୃତିକ ସମ୍ପାଦକ ଘନଶ୍ୟାମ ମନହିରାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ପଦ୍ମନାଭ କୁମ୍ଭାର, ଅବସରପ୍ରାପ୍ତ ଶିକ୍ଷକ ଡ. ନାରାୟଣ ମିଶ୍ର, ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, ସମ୍ପାଦକ ହୁଲେଶ୍ୱର ହଂସ, ମହାବିଦ୍ୟାଳୟର ଅଧ୍ୟକ୍ଷ ଗରୁଡ଼ଧ୍ଵଜ ବେହେରା, ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଶୋଭେନ୍ଦ୍ର ମେହେର, କୁନ୍ଦନ ଛୁରା, ସୁକାନ୍ତ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ବଙ୍ଗୋମୁଣ୍ଡାର ୩ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପ୍ରତିଭା ଅନ୍ୱେଷଣ ଉଦେଶ୍ୟରେ ପ୍ରତିବର୍ଷ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । କୃତୀ ପ୍ରତିଯୋଗୀଙ୍କୁ ଧନୁଯାତ୍ରା ମହୋତ୍ସବରେ ପୁରସ୍କୃତ କରାଯିବ । ପ୍ରତୀକ ପୁଟେଲ, ଦିଗସନ ମଲ୍ଲିକଙ୍କ ସହ କମିଟି ସଦସ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.