csstore

ତୁଷୁରା କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା କ୍ଲଷ୍ଟରର ମାସିକ ବୈଠକ ନଅଗାଁ କଲୋନୀପଡା ସ୍ଥିତ ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟ ଠାରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଚନ୍ଦ୍ରଧ୍ୱଜ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିଆର୍‌ସିସି ଜଗମୋହନ ତ୍ରିପାଠୀ ପ୍ରଶିକ୍ଷକ ଭାବେ ଯୋଗଦେଇ ଉପସ୍ଥିତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ତାଲିମ ଦେବା ସହ ଆଗାମୀ ମାସର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ । ଏଥିରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ, ଦୁତିଆ ସେଠ, ମନ୍ମଥ ରାଜହଂସ, ସହକାରୀ ଶିକ୍ଷକ ପୁରନ ମେହେର, ସବ୍ୟସାଚୀ ଡାଙ୍ଗ, ତହସିଲ ଭୋଇ, ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପ୍ରଧାନ, ନିବେଦିତା ଭୋଇ, ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ମିଲି ପୁରୋହିତ, ବିନ୍ଧ୍ୟପ୍ରଭା ନାଗ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.