pr

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ଶ୍ରୀରାମ ଗୋସେବା ସଦନ ଠାରେ ବୃକ୍ଷ ରୋପଣ ଓ ଗୋସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

dr. purohit

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ସଦାବେଳେ ସାମାଜିକ କାର୍ଯ୍ୟ କରି ଆସିଥାଏ । ଚଳିତ ବର୍ଷ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛି । ସୋମବାର ଅପରାହ୍ନରେ ଲାୟନ୍ସ କ୍ଲବ ଅଫ୍ ଟିଟିଲାଗଡ଼ ପକ୍ଷରୁ ଶ୍ରୀରାମ ଗୋସେବା ସଦନ ଠାରେ ସଭାପତି ମନିଷ ଗୁପ୍ତାଙ୍କ ସଭାପତିତ୍ୱରେ ପ୍ରଥମେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବିଧାୟକ ତଥା ଲାୟନ୍ସ କ୍ଲବର ସଦସ୍ୟ ନବୀନ ଜୈନ ଯୋଗ ଦେଇ କ୍ଲବ୍ ସଦସ୍ୟଙ୍କ ସହ ମିଶି ବୃକ୍ଷ ରୋପଣ କରିଥିଲେ । ତା’ ସହିତ ଗୋଶାଳା ଠାରେ ଥିବା ଗୋମାତାଙ୍କ ନିମନ୍ତେ ଗୋସେବା ପ୍ରଦାନ କରାଯାଇଛି । କ୍ଲବ୍ ସଭାପତିଙ୍କ ନୂଆ ଏକ ପ୍ରୟାସ ଆରମ୍ଭ ହୋଇଥିଲା, ରବିବାର ଦିନ ବିଶ୍ୱ ବନ୍ଧୁତ୍ୱ ଦିବସ ପାଳନ କରି ପାରି ନ ଥିବାରୁ ଆଜି ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ହାତରେ ଫ୍ରେଣ୍ଡ ସିପ ବେଲ୍ଟ ମଧ୍ୟ ବାନ୍ଧି ବନ୍ଧୁତ୍ୱକୁ ଆଗେଇ ନେଇଥିଲେ । ଏହି ସେବା କାର୍ଯ୍ୟକୁ ପରିଚାଳନା କରିବାରେ ଶ୍ରୀରାମ ଗୋସେବା ସଦନର ସଭାପତି ସତ୍ୟ ନାରାୟଣ ଗୁପ୍ତା, ଲାୟନ୍ସ କ୍ଲବ ସମ୍ପାଦକ ଲାୟନ ଇ. ଏମ୍.ଡି. ଆବାସ ଖାନ, କୋଷାଧ୍ୟକ୍ଷ ଲାୟନ ଶ୍ରୀରାମ ଅଗ୍ରୱାଲ, ରିଜିଅନାଲ ଚେୟାର ପର୍ସନ ଲାୟନ ଗଙ୍ଗାଧର ଶର୍ମା, ବବିତା ଶର୍ମା, ଲାୟନ ଦୀପକ ପୃଷ୍ଟି, ଅଜିତ୍ ଚାନ୍ଦ ପାତ୍ର, ଆଇପିପି ସଞ୍ଜୟ ସୋନି, କ୍ଷୀରସିନ୍ଧୁ ଦର୍ଜୀ, ଲିଓ ରୋଶନ ଖମାରୀ, ପ୍ରତ୍ୟୁଷ ସାହୁ, ସୁଶୀଲ ଗୋୟଲ, ଶୁଭଦୀପ ସାମନ୍ତ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.