jayashree

ବଲାଙ୍ଗିରର ସର୍ବଭାରତୀୟ ନିଶାମୁକ୍ତ ଅଭିଯାନର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବିଶ୍ୱକଲ୍ୟାଣ ଭବନ ଲାଲଟିକ୍ରା ପରିସରରେ ବ୍ରହ୍ମାକୁମାରୀଜ୍ ଅନୁଷ୍ଠାନ ତରଫରୁ ସର୍ବଭାରତୀୟ ନିଶାମୁକ୍ତ ଅଭିଯାନର ଉଦ୍‌ଘାଟନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚକିତ୍ସିାଧିକାରୀ ଡାକ୍ତର ପୁଷ୍ପାଞ୍ଜଳି ମିଶ୍ର, ମୁଖ୍ୟ ଅତଥିି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରିନା ବେହେରା, ଅବକାରୀ ବିଭାଗର ସବ୍-ଇନ୍‌ସପେକ୍ଟର ବିଜୟ ବୀରେନ୍ଦ୍ର ଲାକ୍ରା ଓ ସ୍ୱାଭିମାନ ବଡ଼ ଜେନା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବ୍ରହ୍ମାକୁମାରୀ ଅନୁଷ୍ଠାନ ତରଫରୁ ବଲାଙ୍ଗିରର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ରଜୟାତି ଭଉଣୀ ସମସ୍ତଙ୍କୁ ନିଶାମୁକ୍ତ ଜୀବନଯାପନ କରବିାକୁ ପ୍ରେରଣା ଦେଇଥିଲେ । ପ୍ରାରମ୍ଭରେ ବିଚାରକ ମମତା ସ୍ୱାଇଁ ନିଶାମୁକ୍ତ ଅଭିଯାନ ବଷିୟରର ସମ୍ୟକ୍ ବବିରଣୀ ପ୍ରଦାନ କରିଥିଲେ । ତାପରେ ବି.କେ. ଅଭିମନ୍ୟୁ ଭାଇ ନିଜ ଅଭିଜ୍ଞତା ଜ୍ଞାପନ କରିଥିଲେ । ଡାକ୍ତର ମିଶ୍ର ତାଙ୍କ ଅଭିଭାଷଣରେ ଏହି ଅଭିଯାନ ଏକ ପୁଣ୍ୟ କାର୍ଯ୍ୟ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀଙ୍କ “ବିକଶିତ ଭାରତ”ର ସ୍ୱପ୍ନକୁ ସାକାର କରିବା ଏବଂ ଦେଶକୁ ନିଶାମୁକ୍ତ କରିବା ପାଇଁ ସମସ୍ତଙ୍କୁ ସହଯୋଗର ହାତ ବଢାଇବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବି.କେ. ଡଲି ଓ ବି.କେ. ନିବେଦିତା ଅତଥିିମାନଙ୍କୁ ସମ୍ବର୍ଦ୍ଧନା ଏବଂ ଉପହାର ପ୍ରଦାନ କରିବାରେ ସହଯୋଗ କରିଥିଲେ । ସଭାରେ ବଲାଙ୍ଗିର ଜିଲ୍ଲାର ବ୍ରହ୍ମାକୁମାରୀ ଓ ବ୍ରହ୍ମାକୁମାର ଭାଇ-ଭଉଣୀମାନେ ଉପସ୍ଥିତ ଥିଲେ ଆଗାମୀ ଦିନରେ ବିଭିିନ୍ନ ସ୍କୁଲ ଏବଂ କଲେଜ ମାନଙ୍କୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ନିଶାମୁକ୍ତି ପାଇଁ ପ୍ରତିଜ୍ଞା କରାଇବାକୁ ଅଗଷ୍ଟ ୬ ତାରଖରୁ ୨୦ ତାରଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରଖିବାକୁ ସଂକଳ୍ପ ନିଆଯାଇଥିଲା । ଏଥିପାଇଁ ୧୨ଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଅଛି ଏବଂ ପ୍ରାୟ ୫୦ ଜଣ ଭାଇଭଉଣୀ ଏଥିରେ ଅଂଶ ଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.