ଟିଟିଲାଗଡ ଠାରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱଙ୍କର କର୍ମଶାଳା ଅନୁଷ୍ଠିତ : ଯୋଗଦେଲେ ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ

csstore

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଓ ରାଜ୍ୟ ସରକାରଙ୍କ ୨ ବର୍ଷର ଉପଲବ୍ଧି ଅବସରରେ ଜନ କଲ୍ୟାଣକାରୀ ଯୋଜନାର ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱଙ୍କର କର୍ମଶାଳା ଶୁକ୍ରବାର ସନ୍ଧ୍ୟାରେ ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ନଗର ସଭାପତି ସୁନିଲ ଆଚାର୍ଯ୍ୟଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀଙ୍କ ୧୨ ବର୍ଷର ସରକାର ତଥା ଓଡ଼ିଶାରେ ମୋହନ ମାଝୀଙ୍କ ୨ ବର୍ଷର ଉପଲବ୍ଧି ବିଷୟରେ ଆଲୋକପାତ କରିଥିଲେ । ଟିଟିଲାଗଡ ଅଞ୍ଚଳର ବିଭିନ୍ନ ସଙ୍ଗଠନ ତଥା ବରିଷ୍ଠ ନାଗରିକଙ୍କୁ ଡକା ଯାଇଥିଲା । ତା ସହିତ ଅଞ୍ଚଳର କିଛି ପ୍ରତିଭାବାନ ବ୍ୟକ୍ତିଙ୍କୁ ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓଙ୍କ ଦ୍ଵାରା ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ଷଡଙ୍ଗୀ, ଟିଟିଲାଗଡ ବିକାଶ ସେନାର ସଭାପତି ଇ ଅମ୍ଳାନ ଷଡଙ୍ଗୀ, ବିଜେପି ନେତା ମହେନ୍ଦ୍ର ଠାକୁର, ମୁକେଶ କୁମାର ଜୈନ, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ମନୋଜ ହାତୀଙ୍କ ସମେତ ବିଜେପି ଦଳର ବହୁ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.