
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟରର ଚଟୁଅନକା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ଅବକାଶ ପରେ ଆଜି ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରେ ଚଟୁଅନକା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅନୀତା ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ନବାଗତ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର କୁଅଁର, ଶିକ୍ଷକ ପିଙ୍କୁ ନାଗ ଓ ହୃଦାନନ୍ଦ ମାଝୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କଳି ସ୍ୱାଗତ କରାଯାଇଥିଲା । ସମସ୍ତଙ୍କ ମିଳିତ ସହଯୋଗରେ ହିଁ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ବୋଲି ସମସ୍ତ ଶିକ୍ଷକ ମତ ଦେଇଥିଲେ । ଏହି ସଭାରେ ପୁଷ୍ପାଞ୍ଜଳି ମହାପାତ୍ର, ବୈଜୟନ୍ତୀ ପାଢ଼ୀ, ମାନସୀ ସାହୁ, ଶ୍ୱେତା ବାଗ, ରାଜେନ୍ଦ୍ର ସେଠ, ସୁଶାନ୍ତ ରାଉତ ସଭାରେ ଉପସ୍ଥିତ ଥିଲେ । ସେହିପରି ଶ୍ରା ଦାଶଙ୍କ ସଭାପତିତ୍ୱରେ ହିଆଲ କ୍ଳଷ୍ଟର ଅନ୍ତର୍ଗତ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ହୋଇଥିଲା । ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟ ଖୋଲିଛି ତେଣୁ ବିଦ୍ୟାଳୟ ସଫା ସୁତୁରା, ୟୁଡାଇସ, ସମୟ ସାରଣୀ, ପୋଷାକ ବଣ୍ଟନ, ପାଠ୍ୟ ପୁସ୍ତକ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ମୀନାକ୍ଷୀ ପାଣ୍ଡେ, ମମତାଯୋଷୀ, ଭି. କ୍ରିଷ୍ଣା, ସୌରଭ ବେହେରା, କିଶୋର ବରିହା, ଅବିନାଶ ମହାଲିଙ୍ଗ, କୃଷ୍ଣଚନ୍ଦ୍ର ପଣ୍ଡା, ସୁଶାନ୍ତ ମାଝୀ, ବିଜୟ ତାଣ୍ଡୀ, ସୁନୀଲ ସେଠ, ଅମରକାନ୍ତ ବେହେରା, ମୃତ୍ୟୁଞ୍ଜୟ ପ୍ରଧାନ, ବିବେକ ରାୟ, ପପୁ ମାଝୀ, ଭୁରଷି ରଣା, ଉପସ୍ଥିତ ଥିଲେ ।