ଡେଲାଙ୍ଗ ବ୍ଲକସ୍ତରୀୟ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ କୁମାର ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ମୁଖ୍ୟବକ୍ତା ରୂପେ ଦୁର୍ବାଷା ନିଶଙ୍କ, ସମ୍ମାନିତ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ନଳିନୀ ମହାନ୍ତି, ଶରତ ରାଉତ, ବିଏସ୍‌ଏସ୍‌ଓ ତପନ କୁମାର ଦାଶ ପ୍ରମୁଖ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁଦୃଢୀକରଣ ଆଗାମୀ ପିଢିଙ୍କ ନିମନ୍ତେ ଏକ ଆହ୍ଵାନ ବୋଲି କହିଥିଲେ । ଭାଷାର ସୁରକ୍ଷା ନିମନ୍ତେ ସମସ୍ତ ଓଡିଆ ନିଜ ମାତୃଭାଷାକୁ ସମ୍ମାନ ଦେବା ପାଇଁ ମତବ୍ୟକ୍ତ କରିଥିଲେ । କବୟିତ୍ରୀ ଜ୍ୟୋତ୍ସ୍ନାମୟୀ ସ୍ୱାଇଁ ଓ ସାରସ୍ୱତ ସାଧକ ରମେଶ ଚନ୍ଦ୍ର ସ୍ୱାଇଁ ସଂଯୋଜନା କରିଥିବା ବେଳେ ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କବି, କବୟିତ୍ରୀମାନେ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନଳିନୀ ମହାନ୍ତି, ଶରତ ରାଉତ, ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରଦୀପ କୁମାର ଜେନା, ପ୍ରଦ୍ୟୁମ୍ନ ପରିଡା, ପ୍ରସନ୍ନ ତ୍ରିପାଠୀ, ଦିଲ୍ଲୀପ କୁମାର ଧାଉଡ଼ିଆ, ନୀଳାମ୍ବର ମିଶ୍ର, ପ୍ରଭାସ ଚନ୍ଦ୍ର ପ୍ରଧାନ, କାଶୀନାଥ ମହାପାତ୍ର, ପ୍ରଭାତ କୁମାର ସେଠି, ରୋହିତ ଚମ୍ପତ୍ତି, ଜ୍ୟୋତ୍ସ୍ନାମୟୀ ସ୍ୱାଇଁ, ଗୀତାରାଣୀ ରଣଜିତ, ପ୍ରମିଳା ରାଉତରାୟ, କବିତା ଜେନା ପ୍ରମୁଖଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଦିବା ୧୧.୩୦ ଟା ସମୟରେ ଜନତା ମୈଦାନରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବର ସିଧାପ୍ରସାରଣ କରାଯାଇଥିଲା । ଏଥିରେ ପଞ୍ଚାୟତ ସମିତିର କର୍ମକର୍ତ୍ତା, ମିଶନ ଶକ୍ତିର ମହିଳା ସଦସ୍ୟା ଉପସ୍ଥିତ ଥିଲେ । ସେହିପରି ଡେଲାଙ୍ଗ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ସ୍ତରରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

Leave A Reply

Your email address will not be published.

twelve − three =