oom

ବରଗଡ଼ ଜିଲ୍ଲା ଭାରତୀୟ ମଜଦୁର୍‌ ସଂଘର କାର୍ଯ୍ୟକାରିଣୀ ସମ୍ମିଳନୀ ଅନୁଷ୍ଠିତ

jsmm

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି ପୂର୍ବାହ୍ନରେ ବରଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ହିନ୍ଦୀ ବିଭାଗର ପ୍ରାଙ୍ଗଣରେ ଭାରତୀୟ ମଜଦୁର ସଂଘ ବରଗଡ଼ ଜିଲ୍ଲାର କାର୍ଯ୍ୟକାରିଣୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଦେଶ ଭାରତୀୟ ମଜ୍‌ଦୁର ସଂଘର ରାଜ୍ୟ ଉପସଭାପତି ସୁରେନ୍ଦ୍ର ରାୟ ଓ ସମ୍ମାନିତ ଅତିଥି ଭାବେ ସାଧାରଣ ସଂପାଦକ ଗିରିଶ ମହନ୍ତ ଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ଭାରତୀୟ ମଜଦୁର ସଂଘର ଶ୍ରମିକ ଗୀତ ଗାନ ହେଲା ଓ ଅତିଥି ପରିଚୟ ପରେ ଅତିଥିମାନେ ଅଭିଭାଷଣ ଦେଇଥିଲେ । ଉକ୍ତ ବୈଠକରେ ଆଗାମୀ ଦିନରେ ସଂଘ ପଂଚାୟତ ସ୍ତରରେ ସଂଗଠନକୁ ମଜବୁତ୍‌ କରିବା ପ୍ରଥମ ଲକ୍ଷ୍ୟ ରଖିଥିବା ବେଳେ ଜିଲ୍ଲାରେ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମଜ୍‌ଦୁର୍‌ ମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବା ପାଇଁ ସଂଘ ଲଢେ଼ଇ କରିବା ଏବଂ ବରଗଡ଼ ଚିନିକଳକୁ କାର୍ଯ୍ୟକ୍ଷମ କରିବା ପାଇଁ ସଂଗ୍ରାମ କରିବା ସଂଘର ଆଭିମୁଖ୍ୟ ରହିବାକୁ ପ୍ରସø୍‌ତାବ ଗୃହୀତ ହୋଇଥିଲା । ଉକ୍ତ କାର୍ଯ୍ୟକାରିଣୀ ପରିଷଦରେ ନୂଆ କର୍ମକର୍ତ୍ତା ଚୟନ ହୋଇଥିଲା । ଉପଦେଷ୍ଟା ଭାବେ ମନୋଜ ରଥ, ପ୍ରତାପ ପଟ୍ଟନାୟକ, ସଭାପତି ଭାବେ କମଳେଶ ରାୟ, ସଂପାଦକ ଭାବେ ଅଜିତ କୁମାର ଦାଶ, କୋଷାଧ୍ୟକ୍ଷ ଭାବେ ଆଶିଷ ଶର୍ମା, ଉପସଭାପତି ଭାବେ ସେବାରାମ ମେହେର, ବବଲି ପୂଜାରୀ, କନକ ରଣା, ସୀତାରାମ କର, ସହ ସଂପାଦକ ଭାବେ ରୀତା ପୂଜାରୀ, ଅରୁଣା ମହାପାତ୍ର, ମୁରାରୀ ସିଂ, ଶୁକଦେବ ପଧାନ, ଗୌରୀ ଖଟେଇ, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଜୟକିଶନ ଭେସରା, ତୀର୍ଥ ପଧାନ, ଜଗଦୀଶ ସାହୁ, ରଙ୍ଗା ପୂଜାରୀ, ନାରାୟଣ ସାହୁ, ଲୋଚନ ସାହୁ, ସାନ୍ତରା ବାଗ, ପ୍ରତିମା ମହାନନ୍ଦ ପ୍ରମୁଖ ମନୋନୀତ ହୋଇଥିଲେ ।

jittmm
Leave A Reply

Your email address will not be published.