pr

ପଦ୍ମପୁରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରାଜବୋଡ଼ାସମ୍ବର ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କାଳୀଚରଣ ଦୁବେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ଦହିତା ମହାବିଦ୍ୟାଳୟର ଅଧ୍ୟାପକ ତଥା ବିଶିଷ୍ଟ ଲେଖକ ସୁଶାନ୍ତ ମିଶ୍ର ମୁଖ୍ୟ ଅତିଥି, ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧର୍ମ କୁମାର ଶତପଥି ମୁଖ୍ୟ ବକ୍ତା, ଏବିଇଓ ଜୟକୁମାର ସାହୁ ଓ ବିପିନ ବିହାରି ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ବିଜ୍ଞାନ ମାନସିକତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖୋଜିବାର ସୃଜନଶୀଳତାକୁ ଅଭିବୃଦ୍ଧି କରିବ ଯାହାକି କୁନି କୁନି ବୈଜ୍ଞାନିକମାନଙ୍କ ପାଇଁ ଏକ ସୁନ୍ଦର ସମ୍ଭାବନା ସୃଷ୍ଟି କରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ । ଜମରତଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜେଶ ଖମାରୀ ସଭାକୁ ପରିଚାଳନା କରିଥିବା ବେଳେ ଶିକ୍ଷକ ମାନସ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ବିଜ୍ଞାନ, ଗଣିତ ଓ ପରିବେଶ ବିଷୟର ବିଭିନ୍ନ ଦିଗରୁ ୧୬୩ଟି ଆକର୍ଷଣୀୟ ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିବା ବେଳେ ୭ ଜଣ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି ।

nrusinghnath
Leave A Reply

Your email address will not be published.